ଦିଲୀପ ନୁହଁନ୍ତି ରାଜେନ୍ଦ୍ର ଥିଲେ ସାଇରାଙ୍କ ପ୍ରଥମ ପ୍ରେମ, ଅଭିନେତ୍ରୀଙ୍କ ପାଇଁ ସ୍ତ୍ରୀ-ପିଲାଙ୍କୁ ଛାଡିବାକୁ ଚାହୁଁଥିଲେ ଜୁବୁଲି କୁମାର

Published By : Prameya-News7 Bureau | September 18, 2021 IST

ମୁମ୍ବାଇ ୧୮/୦୯ : ବଲିଉଡର ଭେଟେରାନ ଅଭିନେତ୍ରୀ ସାଇରା ବାନୁ ଏବଂ ତାଙ୍କ ଦିବଙ୍ଗତ ସ୍ୱାମୀ ଦିଲୀପ କୁମାରଙ୍କ ପ୍ରେମ କାହାଣୀର ଅନେକ ସ୍ମୃତି ରହିଛି। ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଦିଲୀପ ସାହାବଙ୍କ ସହ ଛାଇ ପରି ରହିଥିବା ସାଇରା ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧ ଅଭିନେତା ରାଜେନ୍ଦ୍ର କୁମାରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ରାଜେନ୍ଦ୍ର କୁମାର ଏବଂ ସାଇରା ବାନୁ ଅନେକ ହିଟ୍ ଫିଲ୍ମରେ ଏକାଠି କାମ କରିଥିଲେ।

{"width":622,"height":497}
दिलीप कुमार नहीं 'राजेंद्र कुमार' पर आया था सायरा बनो का दिल!

ରାଜେନ୍ଦ୍ର କୁମାର ଏବଂ ସାଇରା ବାନୁ 'ଆଇ ମିଲନ କି ବେଲା', 'ଅମନ', 'ଝୁକ ଗୟା ଆସମାନ' ଭଳି ଫିଲ୍ମରେ ଏକାଠି କାମ କରିଥିଲେ ଏବଂ ପରଦାରେ ସେମାନଙ୍କ କେମେଷ୍ଟ୍ରୀକୁ ବହୁତ ପ୍ରଶଂସା କରାଯାଇଥିଲା। ସୂଚନା ଅନୁଯାୟୀ, ସାଇରା ରାଜେନ୍ଦ୍ର କୁମାରଙ୍କ ଉପରେ ନିଜର ହୃଦୟ ହାରି ବସିଥିଲେ। ଏଥିସହିତ ରାଜେନ୍ଦ୍ରଙ୍କ ହୃଦୟର ଅବସ୍ଥା ମଧ୍ୟ ସମାନ ଥିଲା। କିନ୍ତୁ ରାଜେନ୍ଦ୍ର କୁମାର ପୂର୍ବରୁ ବିବାହିତ ଏବଂ ଦୁଇ ସନ୍ତାନର ପିତା ମଧ୍ୟ ଥିଲେ। ସାଇରା ସବୁବେଳେ ରାଜେନ୍ଦ୍ର କୁମାରଙ୍କୁ ତାଙ୍କ ଜୀବନସାଥୀ କରିବାକୁ ଚାହୁଁଥିଲେ।

ସାଇରା ଏବଂ ରାଜେନ୍ଦ୍ରଙ୍କ ପ୍ରେମ ଏତେ ବଢିଯାଇଥିଲା ଯେ ଅଭିନେତା ସାଇରାଙ୍କ ପାଇଁ ନିଜ ପରିବାର ଛାଡିବାକୁ ପ୍ରସ୍ତୁତ ଥିଲେ। ସାଇରାଙ୍କ ମା’ ନସିମ ତାଙ୍କ ଝିଅ ଉପରେ ବହୁତ ରାଗିଯାଇଥିଲେ। ସେ ସାଇରାଙ୍କୁ ବହୁତ ବୁଝାଇଥିଲେ, କିନ୍ତୁ ପ୍ରେମରେ ବୁଡି ରହିଥିବା ସାଇରାଙ୍କ ଉପରେ ମା’ଙ୍କ ଶବ୍ଦ କୌଣସି ପ୍ରଭାବ ପକାଇ ନଥିଲା। ନସିମ ଚାହୁଁ ନଥିଲେ ଯେ ତାଙ୍କ ଝିଅ ଜଣେ ବିବାହିତ ପୁରୁଷଙ୍କୁ ତାଙ୍କ ଜୀବନସାଥୀ କରନ୍ତୁ। ଏହି ମାମଲାରେ ନସିମ ତାଙ୍କ ପଡ଼ୋଶୀ ତଥା ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ସାହାଯ୍ୟ ଲୋଡିଥିଲେ। ସେ ଦିଲୀପ କୁମାରଙ୍କୁ କହିଥିଲେ ଯେ ରାଜେନ୍ଦ୍ରଙ୍କଠାରୁ ଦୂରେଇ ଯିବାକୁ ସାଇରାଙ୍କୁ ବୁଝାନ୍ତୁ। ଦିଲୀପ କୁମାର  ସାଇରାଙ୍କୁ ବୁଝାଇଥିଲେ କାରଣ ସେ ସାଇରାଙ୍କ ବିଷୟରେ ଜାଣି ନଥିଲେ। ଯେତେବେଳେ ଦିଲୀପ କୁମାର ସାଇରାଙ୍କୁ ବୁଝାଇଥିଲେ ସେତେବେଳେ ସାଇରା ଦିଲୀପ କୁମାରଙ୍କୁ ହିଁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ।

ଅନ୍ୟପକ୍ଷରେ, ରାଜେନ୍ଦ୍ର କୁମାରଙ୍କ ଜୀବନୀ ଉପରେ ଆଧାରିତ 'ଜୁବୁଲି କୁମାର: ଦି ଲାଇଫ ଆଣ୍ଡ ଟାଇମ୍ସ ଅଫ୍ ସୁପରଷ୍ଟାର' ପୁସ୍ତକରେ ରାଜେନ୍ଦ୍ର କୁମାର କହିଛନ୍ତି ଯେ 'ମୋ ଏବଂ ସାଇରାଙ୍କ ବିଷୟରେ ଅନେକ ଗୁଜବ ଉଠିଥିଲା। ଆମେ ଦୁହେଁ ପରସ୍ପରକୁ ପସନ୍ଦ କରୁଥିଲୁ। ଏହାର ଅର୍ଥ ନୁହେଁ ଯେ ଆମର ଖରାପ ସମ୍ପର୍କ ଥିଲା। ସାଇରାଙ୍କ ମା ସର୍ବଦା ମୋତେ କହୁଥଲେ ମୁଁ ପ୍ରାର୍ଥନା କରିବା ଉଚିତ୍ ଯେ ସାଇରା ଜଣେ ଭଲ ଜୀବନ ସାଥୀ ପାଆନ୍ତୁ। ଦେଖନ୍ତୁ ମୋର ପ୍ରାର୍ଥନା ପୂରଣ ହୋଇଛି ଏବଂ ସାଇରା ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କୁ ବିବାହ କରିଛନ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.