Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବିଜେପିରେ ସାମିଲ ହେଲେ ତିନି ତଲାକ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ସାଇରା ବାନୋ

11/10/2020 at 9:28 AM

ନୂଆଦିଲ୍ଲୀ ୧୧/୧୦: ତିନି ତଲାକ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ତଥା ଲମ୍ବା ଲଢ଼େଇ ଲଢ଼ିଥିବା ସାଇରା ବାନୋ ଶନିବାର ବିଜେପିରେ ସାମିଲ ହୋଇଛନ୍ତି। ସେ ଥିଲେ ପ୍ରଥମ ମହିଳା ଯିଏ କି ସୁପ୍ରମିକୋର୍ଟରେ ତିନି ତଲାକ ବିରୋଧରେ ଯାଚିକା ଆବେଦନ କରିଥିଲେ। ସାଇରା ବାନୋ ବିଜେପି ଅଧ୍ୟକ୍ଷ ବଂଶୀଧର ଭଗତ ଓ ଅନ୍ୟ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ବିଜେପି ତାଙ୍କୁ ସଦସ୍ୟତା ପ୍ରଦାନ କରି ଦଳରେ ସାମିଲ କରିଛି। ସେ ପିଏମ ନରେନ୍ଦ୍ର ମୋଦି ଓ ବିଜେପି ନୀତିରେ ପ୍ରେରିତ ହୋଇ ପାର୍ଟିରେ ସାମିଲ ହୋଇଥିବା କହିଛନ୍ତି।

ସେ କୋର୍ଟରେ ଏହା ବିରୋଧରେ ଯାଚିକା ଆବେଦନ କରିବା ପ​‌ରେ ତିନି ତଲାକ ଉପରେ ଅଦାଲତ କଟକଣା ଲଗାଇ ଥିଲେ। ତେବେ ସେ ଯେଉଁ ଭଳି ଭାବେ ତିନି ତଲାକ ବିରୋଧରେ ନ୍ୟାୟର ଲଢ଼େଛ ଲଢ଼ିଲେ ସେହିପରି ସେ ବିଜେପିର ସିଦ୍ଧାନ୍ତକୁ ଆଗକୁ ନେବେ ବୋଲି କହିଛନ୍ତି ଭଗତ।

ସୂଚନାଯୋଗ୍ୟ ୨୦୧୬ ଫେବୃଆରୀ ୨୩ରେ ସେ ସୁପ୍ରିମକୋର୍ଟରେ ତିନି ତଲାକ ବିରୋଧରେ ଯାଚିକା ଆବେଦନ କରିଥିଲେ। ତେବେ ୨୦୧୭ ଅଗଷ୍ଟ ୨୨ରେ ସୁପ୍ରିମ କୋର୍ଟ ଏହା ଉପରେ ଐତିହାସିକ ନିଷ୍ପତ୍ତି ଶୁଣାଇ ଥିଲେ।

   Related Posts