Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ମହାରାଷ୍ଟ୍ରରେ ପୁଣି ସାଧୁ ହତ୍ୟା,ନନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ସାଧୁଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

24/05/2020 at 7:01 PM

ମୁମ୍ବାଇ ୨୪।୫: ମହାରାଷ୍ଟ୍ରରରେ ପୁଣି ସାଧୁହତ୍ୟା ଅଭିଯୋଗ । ପାଲଘରରେ ସାଧୁ ହତ୍ୟା ଘଟଣା ମନରୁ ନ ଲିଭୁଣୁ ଦୁର୍ବୃତ୍ତ ଶନିବାର ବିଳମ୍ବିତ ରାତ୍ରିରେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ସାଧୁଙ୍କୁ ଉମରୀସ୍ଥିତ ତାଙ୍କ ଆଶ୍ରମରେ ପଶି ହତ୍ୟା କରିଛନ୍ତି। ନିହତ ସାଧୁଙ୍କୁ ରୁଦ୍ର ପଶୁପତି ମହାରାଜ ଭାବେ ଚିହ୍ନଟ କରାଯାଇଛି। ପଶୁପତିଙ୍କୁ ଲିଙ୍ଗାୟତ ସମ୍ପ୍ରଦାୟର ୨ଜଣ ବ୍ୟକ୍ତି ହତ୍ୟା କରିଥିବା ପୋଲିସ କହିଛି।

ପୋଲିସ ସାଧୁ ହତ୍ୟାକାରୀଙ୍କୁ ମଧ୍ୟ ଚିହ୍ନଟ କରିଛି। ସାଇନାଥ ରାମ ହତ୍ୟାକାରୀ ବୋଲି ପୋଲିସ କହିଛି। ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୧୨ଟରୁ ସାଢେ ୧୨ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ହତ୍ୟାକାରୀ ଆଶ୍ରମର ଅନ୍ତେବାସୀଙ୍କ ପରି ପଶୁପତିଙ୍କ କକ୍ଷକୁ କବାଟ ଖୋଲି ପଶିବା ପରେ ହତ୍ୟା କରିଥିଲେ। ସେମାନେ ପଶୁପତିଙ୍କ ଶବକୁ କାରରେ ଲଦି ନେଇ ପଳାଇବାକୁ ଉଦ୍ୟମ କରିବା ବେଳେ ଆଶ୍ରମ ଫାଟକ ନିକଟରେ କାର ଅଟକି ଯାଇଥିଲା। ଫଳରେ ଆଶ୍ରମ ଛାତରେ ଶୋଇଥିବା ଅନ୍ତେବାସୀ ଉଠିପଡିବା ସହ ସେମାନଙ୍କୁ ଗୋଡାଇଥିଲେ।

ହତ୍ୟାକାରୀ ସାଇନାଥଙ୍କୁ ସେବକମାନେ କାବୁ କରିନେଇଥିବା ବେଳେ ଅନ୍ୟ ଜଣକ ରାତ୍ରିର ଅନ୍ଧାରରେ ଖସି ପଳାଇଥିଲା। ତେବେ ରବିବାର ସକାଳେ ଜିଲ୍ଲାପରିଷଦ ବିଦ୍ୟାଳୟ ନିକଟରେ ଏକ ଶବ ପଡିଥିବା ଦେଖି ଲୋକେ ପୋଲିସକୁ ଜଣାଇଥିବା ବେଳେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଭଗବାନ ରାମ ସିନ୍ଦେ ଭାବେ ଚିହ୍ନଟ କରିଛି। ସେ ହତ୍ୟାକାରୀ ସାଇନାଥର ସହଯୋଗୀ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।   

   Related Posts