Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଆଶ୍ରମରେ ଆସିଥିବା ମହିଳାଙ୍କ ଫିଗର ଦେଖି ମହିଳାଙ୍କୁ ଦୁଷ୍କର୍ମ କଲା ସାଧୁ

6/04/2019 at 10:29 AM

ସତନା ୬/୪: ଆଜିକାଲି ଯୁଗରେ ମହିଳା ବିଶ୍ବର ଯେକୈାଣସି କୋଣରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। କାରଣ ପ୍ରତିଦିନ ଦୁଷ୍କର୍ମର ଖବର ସାମନାକୁ ଆସୁଛି ଯାହା ବିଷୟରେ ଶୁଣି ଛାତି ଥରି ଯାଉଛି। ମହିଳା ସୁରକ୍ଷା ସହ ଜଡ଼ିତ ବିଭିନ୍ନ ଆଇନ ରହିଥିବା ସତ୍ତେ ଦେଶରେ ଅପରାଧ ସଂଖ୍ୟା କମୁନାହିଁ।

ସୂଚନା ଅନୁଯାୟୀ, ଦେଶରେ ପ୍ରତି ଘଣ୍ଟାରେ ୪ଜଣଙ୍କ ସହ ଦୁଷ୍କର୍ମ ହୋଇଥାଏ। ଦୁଷ୍କର୍ମ,ହତ୍ୟା,ଗଣ ଦୁଷ୍କର୍ମ ଖବର ସମସ୍ତଙ୍କୁ ଭୟଭୀତ କରୁଛି। ମହିଳା ଏବଂ ଛୋଟ ଛୋଟ ଶିଶୁଙ୍କ ସହ ଦୁଷ୍କର୍ମର ଖବର ଅନେକ ମାତ୍ରାରେ ଆସୁଅଛି।

ପ୍ରଶାସନ ଏହାକୁ ରୋକିବାକୁ ଉଦ୍ୟମ କରୁଛି କିନ୍ତୁ ଅପରାଧୀ ଏସବୁ କରିବାକୁ ପଛାଉନାହାନ୍ତି।ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବା ଯାହାକୁ ଜାଣି ଆପଣଙ୍କ ଲୋମ ଟାଙ୍କୁରିଯିବ।

ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶର ସତନା ଜିଲ୍ଲାର। ଏଠାରେ ଥିବା ଧାର୍ମିକ ନଗରୀର ଚିତ୍ରକୂଟରେ ଜଣେ ସାଧୁ ମହିଳାଙ୍କୁ ଦୁଷ୍କର୍ମ କରିଛି। ପୋଲିସ୍ ମଧ୍ୟ ଏହି ସାଧୁକୁ ଗିରଫ କରିଛି। ଅଭିଯୁକ୍ତ ସାଧୁର ନାଁ ରାମେଶ୍ବର ଦାସ। ଏହି ସାଧୁ ଜଣକ ଟିକମଗଡ଼ରୁ ସ୍ବାମୀ ଏବଂ ପିଲାଙ୍କ ସହ ଆସିଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଛି।

ମହିଳା ଜଣକ ଗୁରୁବାର ଥାନାରେ ଅଭିଯୋଗ କରିବାରୁ ପୋଲିସ୍ ଅଭିଯୁକ୍ତ ସାଧୁକୁ ଗିରଫ କରିଛି। ପୋଲିସ୍ ଏ ମାମଲାରେ ସାଧୁ ସହ ପଚରାଉଚୁରା ଜାରି ରଖିଛି।

   Related Posts