ପଦ୍ମ ଧରିଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ…

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ ୨୯।୦୧: ବିଜେପିରେ ସାମିଲ ହେଲେ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲ । ବିଶ୍ବ ବ୍ୟାଡମିଣ୍ଟନ ଜଗତରେ ଭାରତ ପାଇଁ ଇତିହାସ ରଚି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ । ବୁଧବାର ଦିନ ବିଜେପି ମୁଖ୍ୟାଳୟରେ ପାର୍ଟିରେ ସାମିଲ ହୋଇଛନ୍ତି । ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ସାଇନା । ୨୯ ବର୍ଷ ବୟସ୍କା ସାଇନା ୱାର୍ଲଡ ମହିଳା ବ୍ୟାଡମିଣ୍ଟନ ରେଂକିଙ୍ଗରେ ନବମସ୍ଥାନରେ ଅଛନ୍ତି। ସାଇନାଙ୍କ ଭଉଣୀ ଚନ୍ଦ୍ରାନ୍ସୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାଇନା ନେହଓ୍ବାଲଙ୍କ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଖୁବ ପ୍ରଂଶସା କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1222419443810127874","type":"rich","providerNameSlug":"twitter","className":""}
https://twitter.com/ANI/status/1222419443810127874
/wp:core-embed/twitter

୧୯ମାର୍ଚ୍ଚ ୧୯୯୦ରେ ହରିୟାଣାର ହିସାରରେ ସାଇନା ନେହୱାଲଙ୍କ ଜନ୍ମ ହୋଇଥିଲେ। ଭାରତର ସବୁଠୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସାଇନା। ୨୦୦୬ ମସିହାରେ ସାଇନା ପ୍ରଥମ ଭାରତୀୟ ମହିଳା ଖେଳାଳି ଥିଲେ ଯିଏ ୪-ଷ୍ଟାର ଟୁର୍ଣ୍ଣାମେଣ୍ଟ ଜିତିଥିଲେ। ସାଇନା ପ୍ରଥମ ଭାରତୀୟ ମହିଳା ଯିଏ ସୁପର ଟାଇଟେଲ ହାସଲ କରିଛନ୍ତି। ୨୦୧୪ ମସିହାରେ ଭାରତ ପାଇଁ ବ୍ରଞ୍ଜ ମେଡାଲ ଜିତିଥିଲେ ସାଇନା। ୨୦୧୦ ଓ ୨୦୧୮ ମସିହାର Commonwealth Gamesରେ ସାଇନା ପ୍ରଥମ ଭାରତୀୟ ଖେଳାଳୀ ଯିଏ ଭାରତ ପାଇଁ ୨ ସିଙ୍ଗଲ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୩ମଇ ୨୦୧୫ରେ ବିଶ୍ବ ବ୍ୟାଡମିଣ୍ଟନ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ ସାଇନା । ବିଶ୍ବ ରାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଅକ୍ତିଆର କରିବାରେ ସାଇନା ପ୍ରଥମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି । ୨୦୧୬ ମସିହାରେ ପଦ୍ମ ଭୂଷଣ ଆୱାର୍ଡ ଜିତିଥିଲେ ସାଇନା। କେବଳ ସେତିକି ନୁହେଁ ଏହା ସହ ରାଜିବ ଗାନ୍ଧୀ ଖେଳ ରତ୍ନା ଓ ଅର୍ଜୁନ ଆୱାର୍ଡ ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.