ନିଜ ପୁରୁଷବନ୍ଧୁଙ୍କ ସହ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ

Published By : Prameya-News7 Bureau | September 27, 2018 IST

ଦିଲ୍ଲୀ ୨୭/୯ : ଭାରତର ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ ଆସନ୍ତା ଡିସେମ୍ବରରେ ୧୬ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ସାଇନା ବ୍ୟାଡ଼ ମିଣ୍ଟନ ଖେଳାଳି ତଥା ତାଙ୍କ ପୁରୁଣା ବନ୍ଧୁ ପି.କଶ୍ୟପଙ୍କୁ ବିବାହ କରିବେ | ୧୬ତାରିଖରେ ବିବାହ ପରେ ଡିସେମ୍ବରରେ ୨୧ ତାରିଖରେ ଏକ ବଡ ରିସେପ୍ସନ ପାର୍ଟିର ମଧ୍ୟ ଆୟୋଜନ ହୋଇଥିବା ଜଣାପଡିଛି | ସାଇନା ଏବଂ କଶ୍ୟପଙ୍କ ସମ୍ପର୍କ ବହୁ ପୂର୍ବରୁ ଥିଲେ ସୁଦ୍ଧା ଦୁହେଁ ତାଙ୍କ ସମ୍ପର୍କକୁ କେବେ ଅସ୍ବୀକାର କରିନାହାନ୍ତି କି ଖୋଲାଖୋଲି ଗଣମାଧ୍ୟମରେ ପ୍ରକାଶ ମଧ୍ୟ କରିନାହାନ୍ତି | ୨୮ ବର୍ଷ ବୟସ୍କା ସାଇନା ୱାର୍ଲଡ ମହିଳା ବ୍ୟାଡମିଣ୍ଟନ ରେଂକିଙ୍ଗରେ ଦଶମ ସ୍ଥାନରେ ଥିବାବେଳେ ୩୨ ବର୍ଷ ବୟସ୍କ କଶ୍ୟପ ୱାର୍ଲଡ ରେଂକିଙ୍ଗରେ ୫୭ ସ୍ଥାନରେ ଅଛନ୍ତି | ପୂର୍ବରୁ କଶ୍ୟପ ୱାର୍ଲଡ ରେଂକିଙ୍ଗରେ ଷଷ୍ଠ ସ୍ଥାନରେ ଥିଲେ, କିନ୍ତୁ ତାଙ୍କ ଗୋଡରେ ଆଘାତ ଯୋଗୁଁ ତାଙ୍କ ରେଂକିଙ୍ଗ ବହୁତ ତଳକୁ ଖସି ଆସିଥିଲା | ତେବେ ଦୁହେଁ ହାଇଦ୍ରାବାଦ ବାସିନ୍ଦା ଏବଂ ଗତ ୧୦ ବର୍ଷ ହେଲା ଦୁହେଁ ଦୁହିଁଙ୍କ ସମ୍ପର୍କରେ ଅଛନ୍ତି | ତେବେ ସାଇନା ଏବଂ କଶ୍ୟପ ଯିଏକି ବ୍ୟାଡ଼ ମିଣ୍ଟନ କୋର୍ଟରୁ ବିବାହ ବନ୍ଧନରେ ବାନ୍ଧିହେବା କ୍ଷେତ୍ରରେ ଦ୍ବିତୀୟ ଯୋଡି | ତାଙ୍କ ପୂର୍ବରୁ ଜ୍ଵାଲା ଗୁଟଟା ଏବଂ ଚେତନ ଆନନ୍ଦ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | କିନ୍ତୁ ବିବାହର ୬ବର୍ଷ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ଦୁହେଁ ଅଲଗା ହୋଇଯାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.