Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ନାଗା ସାଧୁ ରୂପରେ ଦେଖାଦେଲେ ଏହି ଅଭିନେତା, ରିଲିଜ ହେଲା ଫିଲ୍ମର ପ୍ରଥମ ପୋଷ୍ଟର

20/05/2019 at 5:04 PM

ମୁମ୍ବାଇ୨୦|୫: ୨୦୧୮ ମସିହାରେ ବାଜାର ଫିଲ୍ମ ବ୍ୟତୀତ ଅଭିନେତା ସୈଫ ଅଲ୍ଲୀ ଖାନ କେବଳ ୱେବ ସିରିଜ୍‌ ସେକ୍‌ରେଡ ଗେମ୍‌ସରେ ଦେଖିବାକୁ ମିଳିଥିଲେ। ଏହି ୱେବ ସିରିଜ ପାଇଁ ସେ ବେଶ ଚର୍ଚ୍ଚାରେ ମଧ୍ୟ ଥିଲେ। ଏହି ସିରିଜ୍‌ର ଦ୍ବୀତିୟ ସିଜିନ୍‌ ରିଲିଜ ହେବା ଅପେକ୍ଷାରେ ଅନେକ ଦର୍ଶକ ଅଛନ୍ତି।
ଚଳିତ ବର୍ଷ ରିଲିଜ ହେବାକୁ ଥିବା ସୈଫଙ୍କର ନୂଆ ଫିଲ୍ମର ପ୍ରଥମ ପୋଷ୍ଟର ଏବେ କିଛି ଦିନ ତଳେ ମୁକ୍ତିଲାଭ କରିଛି। ଏହି ଫିଲ୍ମରେ ସୈଫଙ୍କ ଲୁକ୍‌ ବହୁତ ଅଲଗା ଅଛି।
ଫିଲ୍ମର ନାଁ ହେଉଛି “ଲାଲ କପ୍ତାନ”। ଏହି ଚଳଚ୍ଚିତ୍ରରେ ସୈଫ ନାଗା ସାଧୁ ଚରିତ୍ରରେ ଅଭିନୟ କରିବେ। ସୈଫଙ୍କୁ ଏହି ଭୂମିକାରେ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ। ସୈଫଙ୍କର ଏମିତି ଲୁକ୍‌ ତାଙ୍କର କୌଣସି ପୂର୍ବ ଫିଲ୍ମରେ ଦେଖିବାକୁ ମିଳିନଥିଲା। ପ୍ରଥମ ଥର ପାଇଁ ତାଙ୍କୁ ଏକ ନିଆରା ଲୁକ୍‌ରେ ଦେଖିବାକୁ ମିଳିବ।
ପୋଷ୍ଟରରେ ତାଙ୍କ ଆଖିରେ କଳା ଲାଗିଛି। ତାଙ୍କ ମୁଣ୍ଡରେ ଲାଗିଥିବା ଭସ୍ମ ଓ ଲାଲ ଟିକା ତାଙ୍କ ଲୁକ୍‌କୁ ଆହୁରି ଭୟଙ୍କର କରିଛି। ଏହି ଫିଲ୍ମରେ ଭାରତରେ ଥିବା ନାଗା ସାଧୁଙ୍କ ଜୀବନଶୈଳୀ ଉପରେ ଆଧାରିତ।

 

ଚଳିତ ବର୍ଷ ସେପଟେମ୍ବର ମାସ ୬ ତାରିଖରେ ଫିଲ୍ମ ଲାଲ କପ୍ତାନ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶକ ନୱଦୀପ ସିଂହ ଡାଇରେକ୍ଟ କରିବେ। ଫିଲ୍ମର ପ୍ରଯୋଜକ ହେଉଛନ୍ତି ଆନନ୍ଦ ଏଲ୍‌ ରାୟ।

 

   Related Posts