Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ପଡୋଶୀଙ୍କ ଜୀଇଁବା ମୁସ୍କିଲ କରିଦେଇଛନ୍ତି ସୈଫ ଓ କରୀନାଙ୍କ ପୁଅ ତୈମୁର, ଥାନାରେ ଦେଲେ ଏତଲା

23/07/2019 at 2:43 PM

ମୁମ୍ବାଇ ୨୩/୭: ସୈଫ ଏବଂ କରୀନାଙ୍କ ସାନପୁଅ ତୈମୁର ଅଲ୍ଲୀ ଖାନ୍ ପିଲାଦିନୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ତୈମୁରଙ୍କ ଲୋକପ୍ରିୟତା କାରଣରୁ ତାଙ୍କ ବାପା ସୈଫ ଅଲ୍ଲୀ ଖାନ ସବୁବେଳେ ଚିନ୍ତିତ ରହିଥାଆନ୍ତି ଏବଂ ଏହି କାରଣରୁ ସୈଫ ଏବଂ କରୀନାଙ୍କ ପଡ଼ୋଶୀଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ସୈଫ ଏବଂ କରୀନାଙ୍କ ପଡ଼ୋଶୀଙ୍କ ଅସୁବିଧା ଏବେ ଏତେ ବଢ଼ିଯାଇଛି ଯେ ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ବାସ୍ତବରେ ପଡ଼ୋଶୀମାନେ ତୈମୁରଙ୍କ ବିରୁଦ୍ଧରେ ନୁହେଁ ବରଂ ତାଙ୍କ ପଛରେ ପଡ଼ିଥିବା ପାପାରାଜିଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।

କଥା କ’ଣ କି ତୈମୁରଙ୍କ ଫଟୋ ଉଠାଇବା ପାଇଁ ସୈଫଙ୍କ ଘର ଆଗରେ ଫଟୋଗ୍ରାଫରଙ୍କ ଭିଡ଼ ଜମିଯାଇଥାଏ। ଏଥିପାଇଁ ସେଠାରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅସୁବିଧା ହୋଇଥାଏ।

ଏଠାକାର ସ୍ଥାନୀୟ ଲୋକମାନଙ୍କର ଯିବା ଆସିବା କରିବାରେ ସମସ୍ୟା ହୋଇଥାଏ ଏଥିପାଇଁ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଏହି ଫଟୋଗ୍ରାଫରଙ୍କୁ ସେଠାରୁ ହଟାଇ ଦିଆଯାଇଛି।

   Related Posts