Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

୫ହଜାର କୋଟି ସମ୍ପତ୍ତିର ମାଲିକ ସୈଫ୍‌ ଅଲି ଖାନ୍ : ହେଲେ ଏଥିରେ ନାହିଁ ନିଜ ପିଲାଙ୍କ ଭାଗ…

27/10/2021 at 2:45 PM

ମୁମ୍ବାଇ ୨୭।୧୦ : ବଲିଉଡ ଅଭିନେତା ସୈଫ ଅଲି ଖାନ୍‌ ହେଉଛନ୍ତି ପଟୌଦିର ନବାବ ଏବଂ ତାଙ୍କୁ ବଲିଉଡର ନବାବ ମଧ୍ୟ କୁହାଯାଏ। ସେ ରୟାଲ ତଥା ରାଜକୀୟ ପରିବାର ସହିତ ରହିଛି ତାଙ୍କର ସମ୍ପର୍କ। ସୈଫ୍‌ ଗୋଟିଏ ବର୍ଷରେ ଚଳଚ୍ଚିତ୍ର ଏବଂ ବିଜ୍ଞାପନରେ ଅଭିନୟ କରି ବହୁ ଅର୍ଥ ଉପାର୍ଜନ କରନ୍ତି। କେବଳ ଏତିକି ହିଁ ନୁହେଁ ତାଙ୍କର ପୂର୍ବଜଙ୍କର ମଧ୍ୟ ବହୁ ସମ୍ପତ୍ତି ରହିଛି।

ତେବେ ଖବର ଅନୁଯାୟୀ, ହରିୟାଣାର ପଟୌଦି ପ୍ୟାଲେସ ଏବଂ ଭୋପାଳରେ ପୈତୃକ ସମ୍ପତ୍ତିକୁ ମିଶାଇ ସୈଫଙ୍କର ୫ ହଜାର କୋଟି ମୂଲ୍ୟର ସମ୍ପତ୍ତି ରହିଛି। କିନ୍ତୁ ଏଥିରେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏତେ ବଡ ସମ୍ପତ୍ତିର ମାଲିକ ହେବା ପରେ ମଧ୍ୟ ସୈଫ ଏହାକୁ ନିଜ ପିଲାମାନଙ୍କୁ ଦେଇ ପାରିବେ ନାହିଁ। ଏହା ପଛର କାରଣ ହେଉଛି ଯେ ସୈଫଙ୍କର ସମସ୍ତ ପୈତୃକ ସମ୍ପତ୍ତି ସରକାରଙ୍କ ଶତ୍ରୁ ବିବାଦ ଅଧିନିୟମ (ଏନିମି ଡିସ୍‌ପୁଟ୍‌ ଆକ୍ଟ) ଅଧୀନରେ ରହିଛି ।

ଭାରତର ଏହି କାର୍ଯ୍ୟ ଆଇନ ଅନୁଯାୟୀ, କୌଣସି ବ୍ୟକ୍ତି ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ। ଯଦି କୌଣସି ବ୍ୟକ୍ତି ଏହାକୁ ବିରୋଧ କରନ୍ତି ଏବଂ ଏହାକୁ ତାଙ୍କର ସମ୍ପତ୍ତି ବୋଲି ବିବେଚନା କରନ୍ତି, ତେବେ ସେମାନଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ପଡ଼ିବ। ଯଦି ହାଇକୋର୍ଟ ଏହି ମାମଲା ସମାଧାନ କରି ନ ପାରନ୍ତି, ତେବେ ବ୍ୟକ୍ତି ସୁପ୍ରିମକୋର୍ଟ ଯାଇପାରିବେ। ଯଦି ସୁପ୍ରିମକୋର୍ଟରେ ଏହି ମାମଲାର ନିସ୍ପତ୍ତି ହୋଇ ନ ପାରେ ତେବେ କେବଳ ଦେଶର ରାଷ୍ଟ୍ରପତିଙ୍କର ଏହି ମାମଲା ଉପରେ ନିଷ୍ପତ୍ତି ନେବାର ଅଧିକାର ରହିଛି। କିନ୍ତୁ ସୈଫ୍‌ଙ୍କ ଅଣ ଦାଦା ହମିଦୁଲ୍ଳା ଖାଁ ବ୍ରିଟିଶ ସମୟର ନବାବ ଥିଲେ। ସେ ତାଙ୍କ ସମ୍ପତ୍ତିର କୌଣସି ଉତ୍ତରାଧିକାରୀଙ୍କ ସମ୍ପର୍କରେ ଉଲ୍ଲେଖ କରି ନ ଥିଲେ।

   Related Posts