Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁଣି ଥରେ ଭିଲେନ୍ ହେବେ ସୈଫ ଅଲ୍ଲୀ ଖାନ୍ : ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ରେ ହେବେ ରାବଣ

3/09/2020 at 10:20 AM

ମୁମ୍ବାଇ ୩/୯: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ପୁଣି ଥରେ ଭିଲେନ୍ ଭୂମିକାରେ ନଜର ଆସିବେ। ସେ ପ୍ରଭାସ ଅଭିନୀତ ଫିଲ୍ମ ଆଦିପୁରୁଷରେ ରାବଣର ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମର ନିର୍ଦେଶନା ଓମ ରାଉତ ଦେଇଛନ୍ତି। ଓମ ରାଉତଙ୍କ ସହ ସୈଫ ଅଲ୍ଲୀ ଖାନଙ୍କ ଏହା ଦ୍ବିତୀୟ କୋଲାବରେସନ। ଏହା ପୂର୍ବରୁ ସୈଫ ଫିଲ୍ମ ତାନାଜୀ : ଦ ଅନସଙ୍ଗ୍ ଓ୍ବରିୟରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ।

ଓମ ରାଉତ ଫିଲ୍ମରେ ସୈଫ ଥିବାର ଘୋଷଣା କରି ଦେଇଛନ୍ତି। ସେ ଫିଲ୍ମରୁ ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି-୭୦୦୦ବର୍ଷ ତଳେ ବିଶ୍ବରେ ସବୁଠୁ ବୁଦ୍ଧିମାନ ଦାନବ ଥିଲା। #Adipurush

ଫିଲ୍ମକୁ ଟି ସିରିଜ ପ୍ରଡ୍ୟୁସ୍ କରୁଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ପ୍ରଭାସ ଅଛନ୍ତି। ସେ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ମୁଭି ୩ଡି ରେ ହେବ। କୀର୍ତ୍ତି ସୁରେଶ ଫିଲ୍ମରେ ସୀତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମକୁ ହିନ୍ଦୀ ସମେତ ୫ଟି ଭାଷାରେ ନିର୍ମାଣ କରାଯିବ।

ସୈଫ ଏହି ରୋଲ୍ ବିଷୟରେ କହିଥିଲେ- ଓମି ଦାଦାଙ୍କ ସହ ପୁଣି ଥରେ କାମ କରିବା ପାଇଁ ଉତ୍ସୁକ ଅଛନ୍ତି। ତାଙ୍କ ପାଖରେ ଗ୍ରାଣ୍ଡ ଭିଜନ୍ ଏବଂ ଟେକ୍ନିକାଲ୍ ନଲେଜ ରହିଛି। ସେ ପ୍ରଭାସଙ୍କ ସହ ଖଣ୍ଡା ଚଳାଇବା ଏବଂ ଜଣେ ଦାନବଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଉତ୍ସାହିତ ଅଛନ୍ତି।

ଏହି ଫିଲ୍ମକୁ ନେଇ ପ୍ରଭାସ କହିଥିଲେ ଯେ ପ୍ରତ୍ୟେକ ଭୂମିକା ଏବଂ ପ୍ରତ୍ୟେକ ଚରିତ୍ର ନିଜ ଚ୍ୟାଲେଞ୍ଜ ସହ ଆସିଥାଏ,କିନ୍ତୁ ଏଭଳି ଭୂମିକାକୁ ଲିଭାଇବା ପାଇଁ ଜବରଦସ୍ତ ଦାୟିତ୍ବ ଏବଂ ଗୌରବ ଆସିଥାଏ। ଖାସ୍ କରି ଯେଉଁଭଳି ଓମ୍ ଏହାକୁ ଡିଜାଇନ୍ କରିଛନ୍ତି,ତାଙ୍କୁ ବିଶ୍ବାସ ରହିଛି ଯେ ଆମ ଦେଶର ଯୁବବର୍ଗ ଆମ ଫିଲ୍ମକୁ ପସନ୍ଦ କରିବେ।

   Related Posts