ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ତାଙ୍କ ପୁଅ ତୈମୁରକୁ ଉତ୍ତରାଧିକାରୀ କରିପାରିବେ ନାହିଁ : ଜାଣନ୍ତୁ କାହିଁକି

Published By : Prameya-News7 Bureau | September 18, 2018 IST

ମୁମ୍ବାଇ ୧୮|୯: ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ୫ ହଜାର କୋଟି ସମ୍ପତ୍ତିର ମାଲିକ। ମାତ୍ର ସେ ତାଙ୍କର ଏହି ସମ୍ପତ୍ତିର ଉତ୍ତରୀଧିକାରୀ ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଙ୍କୁ କରିପାରିବେନାହିଁ । ପ୍ରକୃତରେ ସୈଫ୍‌ଙ୍କ ସମ୍ପତ୍ତିକୁ ନେଇ ବିବାଦ ଚାଲିଛି । ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଏନିମି ପ୍ରପର୍ଟି ଆକ୍ଟ ଅଧିନରେ ରହିଛି । ଆକ୍ଟ ଅନୁସାରେ ଯଦି କେହି ସମ୍ପତ୍ତି ଉପରେ ନିଜ ପୁଅର ଉତ୍ତରାଧିକାରୀ ହେବାର ଦାବି କରେ ତେବେ ତାଙ୍କୁ ହାଇକୋର୍ଟ ଅଥବା ସୁପ୍ରିମକୋର୍ଟରେ ମାମଲା ଦାୟର କରିବାକୁ ପଡିବ। ଭୋପାଳରେ ସୈଫ୍‌ଙ୍କ ଅଜାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୫ ହଜାର କୋଟି । ହରିୟାଣା ଏବଂ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ବାପା ନଓ୍ବାବ ପଟୌଦିଙ୍କ ମୃତ୍ୟୁ ପରେ କିଛି ମାସ ପର୍ଯ୍ୟନ୍ତ ସମ୍ପତ୍ତିର ଦେଖାଶୁଣା ତାଙ୍କ ପତ୍ନୀ ଶର୍ମିଳା ଟାଗୋର କରୁଥିଲେ । ନଓ୍ବାବ ପଟୌଦିଙ୍କ ସମ୍ପତ୍ତିର ଇଚ୍ଛାପତ୍ର ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ । ଫଳରେ ଏହା ସ୍ପଷ୍ଟ ହୋଇନାହିଁ ଯେ ସେ ତାଙ୍କର ୩ ସନ୍ତାନ ଏବଂ ପତ୍ନୀଙ୍କୁ କେତେ କେତେ ସମ୍ପତ୍ତି ସେ ଦେଇଛନ୍ତି । ସୈଫ୍ ଙ୍କ ପ୍ରଥମ ପତ୍ନୀ ଅମୃତା ସିଂଙ୍କ ଆଡୁ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ଦୁଇଜଣ ସାବାଳିକ ହୋଇଯାଇଛନ୍ତି । ଏବେ ଦ୍ବିତୀୟ ପତ୍ନୀ କରୀନାଙ୍କ ପୁଅ ହେବାରୁ ସମ୍ପତ୍ତିର ତୃତୀୟ ଭାଗିଦାର ମଧ୍ୟ ହୋଇଗଲା । ନଓ୍ବାବ ପଟୌଦିଙ୍କ ସମ୍ପତ୍ତି ଆରମ୍ଭରୁ ହିଁ ବିବାଦରେ ରହିଛି । ଭୋପାଳରେ ତାଙ୍କର ଅଧିକରୁ ଅଧିକ ଜମିବାଡି ସମ୍ପତ୍ତି ଏନିମି ପ୍ରପର୍ଟି ଆକ୍ଟ ଅଧିନରେ ରହିଛି । ଗୃହ ମନ୍ତ୍ରଣାଳୟର ଏନିମି ପ୍ରପର୍ଟି ଡିପାର୍ଟମେଣ୍ଟ ଏହି ସମ୍ପତ୍ତିକୁ ବହୁତ ଦିନ ଧରି ଯାଞ୍ଚ କରୁଛି । ଭୋପାଳର ନଓ୍ବାବ ହମ୍ମିଦୁଲ୍ଲା ଖାନ୍ ସମ୍ପତ୍ତିର ଉତ୍ତରାଧିକାରୀ ନିଜ ବଡ ଝିଅ ଆବିଦାଙ୍କୁ କରିଥିଲେ । ଯିଏ ପାକିସ୍ତାନ ଚାଲିଯାଇଥିଲେ । ଏହା ପରେ ଏହି ସମ୍ପତ୍ତି ଉପରେ ମଝିଆ ଝିଅ ସାଜିଦା ସୁଲତାନଙ୍କ ପରିବାର ଦେଖାଶୁଣା କଲେ । ତାଙ୍କର ନାତି ହେଉଛନ୍ତି ସୈଫ୍ ଅଲ୍ଲୀ ଖାନ୍ । ସୈଫ୍ ହମ୍ମିଦୁଲ୍ଲାଙ୍କ ଅଣନାତି । ହମିଦୁଲ୍ଲା ଖାନ୍‌ଙ୍କ କେହି ପୁଅ ନଥିଲେ । ବଡ ଝିଅ ଆବିଦା ପାକିସ୍ତାନ ଚାଲିଯାଇଥିଲେ ଏବଂ ସବୁଠୁ ସାନ ଝିଅ ସବିୟା ତାଙ୍କ ଶାଶୁଘର ଚାଲିଯାଇଥିଲେ । ଏଥିପାଇଁ ମଝିଆ ଝିଅ ସାଜିଦା ସୁଲତାନ ହିଁ ନଓ୍ବାବଙ୍କ ଉତ୍ତରାଧିକାରୀ ହୋଇଥିଲେ । ସାଜିଦା ସୁଲତାନଙ୍କ ବିବାହ ପଟୌଦିର ନଓ୍ବାବ ଇଫତିଖାର ଅଲ୍ଲୀଙ୍କ ସହ ହୋଇଥିଲା । ତାଙ୍କର ଗୋଟିଏ ପୁଅ ମନସୁର ଅଲ୍ଲୀ ଖାନ୍ ପଟୌଦି ଏବଂ ଦୁଇ ଝିଅ ସାଲେହା ସୁଲତାନ, ସବିହା ସୁଲତାନ । ମନସୁର ଅଲ୍ଲୀ ଖାନ୍ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ସହ ବିବାହ କରିଥିଲେ । ସବୁ ସମ୍ପତ୍ତି ମନସୁର ଅଲ୍ଲୀ ଖାନ୍ ଦେଖାଶୁଣା କରୁଥିଲେ । ତାଙ୍କ ମୃତ୍ୟୁ ପରେ ଶର୍ମିଳା ଟାଗୋର ଏବଂ ସୈଫ୍ ଅଲ୍ଲୀ ଖାନ୍ ସମ୍ପତ୍ତିର ଦେଖାଶୁଣା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.