ସୁଶାନ୍ତଙ୍କ ଆତ୍ମହତ୍ୟା ଖବରକୁ ଏବେ ଯାଏଁ ସତ ଭାବିପାରୁ ନାହାନ୍ତି ସାରା,କହି ବି ପାରୁ ନାହାନ୍ତି କିଛି : ସୈଫ କହିଲେ ଝିଅର କଥା

Published By : Prameya-News7 Bureau | June 17, 2020 IST

ମୁମ୍ବାଇ ୧୭/୬: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବରରେ ସମସ୍ତେ ସ୍ତବ୍ଧ ଅଛନ୍ତି। କାହାକୁ ବିଶ୍ବାସ ହେଉନାହିଁ ଯେ ଏତେ ଟ୍ୟାଲେଣ୍ଟେଡ ଅଭିନେତା କିପରି ହଠାତ୍ ଆତ୍ମହତ୍ୟା କରିନେବେ। ଏବେ ନିକଟରେ ସୈଫ ଅଲ୍ଲୀ ଖାନ୍‌ ସୁଶାନ୍ତଙ୍କ ପରଲୋକ ପରେ ତାଙ୍କୁ ନେଇ କିଛି କଥା କହିଛନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ପରଲୋକ​‌ ପରେ ତାଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଅତ୍ୟନ୍ତ ମର୍ମାହତ ଅଛନ୍ତି। ସାରା ନିଜ ବଲିଉଡ ଡେବ୍ୟୁ ଫିଲ୍ମ ‘କେଦାରନାଥ’ରୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ସୁଶାନ୍ତ ମୁଖ୍ୟ ଭୂମିକାରେ ଥିଲେ।

{"id":287524,"sizeSlug":"large"}

ସୈଫ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଜାଣି ନାହାନ୍ତି ଯେ ସେ ଏ ବିଷୟରେ କଥା ହେବେ ବୋଲି ସାରା ଚାହୁଁଛନ୍ତି କି ନାହିଁ। ଦୁଃଖୀ ସହ ସେ ଅତ୍ୟନ୍ତ ମର୍ମାହତ ଅଛନ୍ତି। ସାରା ତାଙ୍କୁ କହିଥିଲେ ଯେ ସୁଶାନ୍ତ ଅତ୍ୟନ୍ତ ବୁଦ୍ଧିମାନ୍ ଥିଲେ। ସେ ଯେ କୌଣସି ଟପିକ୍ ଉପରେ କଥା କହିପାରୁଥିଲେ। ଫିଟ୍ ହେବା ସହ ସେ ପରିଶ୍ରମୀ ଏବଂ ଭଲ ଅଭିନେତା ଥିଲେ।

{"id":287525,"sizeSlug":"large"}

ସୈଫ ସୁଶାନ୍ତଙ୍କ ଫିଲ୍ମ ‘ଦିଲ ବେଚାରା’ରେ ଗେଷ୍ଟ୍ ଆପିୟେରାନ୍ସ ଦେଇଥିଲେ। ସୈଫଙ୍କ ଗେଷ୍ଟ ଆପିୟେରାନ୍ସରେ ସୁଶାନ୍ତ ଅତ୍ୟନ୍ତ ଖୁସି ଥିଲେ। ସୁଶାନ୍ତ ତାଙ୍କୁ କହିଥିଲେ ଯେ ସେ ଅନେକ ଜିନିଷକୁ ନେଇ ତାଙ୍କ ସହ କଥା ହେବାକୁ ଚାହୁଁଛନ୍ତି କିନ୍ତୁ ସେ କହିପାରିନଥିଲେ ଯାହା ପାଇଁ ତାଙ୍କୁ ଖରାପ ଲାଗୁଛି। ତାଙ୍କୁ ସୁଶାନ୍ତଙ୍କ ସହ କାମ କରି ବହୁତ ଭଲ ଲାଗିଥିଲା। ‘ଦିଲ୍ ବେଚାରା’ ଏବେ ସୁଦ୍ଧା ରିଲିଜ ହୋଇନାହିଁ। ଏହା ‘ଦ ଫଲ୍ଟ ଇନ୍ ଆଓ୍ବାର ଷ୍ଟାର’ର ହିନ୍ଦୀ ରୂପାନ୍ତରଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.