ରାଷ୍ଟ୍ରଭକ୍ତ ପ୍ରମାଣିତ କରିବାକୁ ଦେଶରେ ଚାଲିଛି ପ୍ରତିଯୋଗିତା, କଣ ଭାରତରେ ଜନ୍ମ ନେବା ଯଥେଷ୍ଟ କି ?
21/04/2020 at 9:31 PM

ନୂଆଦିଲ୍ଲୀ ୨୧।୦୪: ବିଶ୍ଵବ୍ୟାପୀ କରୋନା ଭାଇରସ୍ କାରଣରୁ ଅନେକ ଦେଶ ସଂପ୍ରତି ଲକ୍ଡାଉନ୍ରେ ଅଛନ୍ତି। ସାଧାରଣ ଲୋକଙ୍କ ପରି ସେଲିବ୍ରିଟି ମଧ୍ୟ ଘରେ ସମୟ ବିତାଉଛନ୍ତି। ନିକଟରେ ଏହି ବିଷୟରେ ଆଲୋଚନା ବେଳେ ବଲିଉଡ ଅଭିନେତା ସୈଫ ଅଲୀ ଖାନ କହିଛନ୍ତି ଆମେ ସବୁ ଏକଜୁଟ୍ ହୋଇ ଏକ ପ୍ରକାର ଯୁଦ୍ଧ ଲଢୁଛୁ। ଘରେ ରହିବା ଆମ ପାଇଁ ବହୁତ ଜରୁରୀ ଯଦ୍ଵାରା ମେଡିକାଲ ଷ୍ଟାଫ ନିଜର କାମ ଭଲ ଭାବେ କରି ପାରିବେ। ଅନ୍ୟପଟେ ବିଗୁଡୁଥିବା ମାହୋଲ ଏବଂ ରାଷ୍ଟ୍ରଭକ୍ତ ହେବା ପ୍ରଶ୍ନରେ ସୈଫ କହିଛନ୍ତି ଯେ, ଜଣା ଏମିତି ପ୍ରଶ୍ନ କେବେ ଶେଷ ହେବ ଏବଂ ସେ କେବେ ମଧ୍ୟ ଏହା ଉପରେ ନିଜର ସମୟ ବର୍ବାଦ କରି ନାହାନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, କଣ ଭାରତରେ ଜନ୍ମ ନେବା ଯଥେଷ୍ଟ ନୁହଁ ?
ଏକ ଇ-କନକ୍ଲେଭରେ ଆଲୋଚନା ସମୟରେ ‘ତାନାଜୀ’ର ଅଭିନେତା କହିଛନ୍ତି ରାଜନୀତି ହେଉଛି ସେହି ଜିନିଷ ଯାହା ବିଷୟରେ ମୁଁ ବହୁତ ଚିନ୍ତା କରେ। ମୁଁ ଜଣେ କଳାକାର ଏବଂ ଲୋକଙ୍କୁ ଯୋଡିକି ରଖିବାରେ ବିଶ୍ଵାସ କରେ। ଯେଉଁ ଲୋକମାନେ ଆମକୁ ସ୍ଵାଧୀନତା ଦେଲେ ଏବେ ସେମାନେ ଏହି ଦୁନିଆରୁ ଯାଇ ସାରିଛନ୍ତି ଏବଂ ଯେଉଁ ନୂଆ ଲୋକ ଅଛନ୍ତି, ସେମାନେ ନୂତନ ପ୍ରକାରର ବିଚାର ନେଇ ଆଗକୁ ଆସୁଛନ୍ତି।
ଦେଶଭକ୍ତି ପ୍ରମାଣିତ କରିବା ନେଇ ଚାଲିଛି ପ୍ରତିଯୋଗିତା
ସୈଫ ଏହା ମଧ୍ୟ କହିଛନ୍ତି ଆଜି ଏକ ପ୍ରକାରର ନୂତନ ମାନସିକତା ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି, ଯେଉଁଥିରେ ଲୋକେ ନିଜକୁ ଦେଶଭକ୍ତ ପ୍ରମାଣିତ କରିବା ଦୌଡରେ ସାମିଲ ହେଉଛନ୍ତି। ଏହାର ଅର୍ଥ କଣ ? ଅନେକ ଦୃଷ୍ଟିରୁ ଏହା ଭଲ ମାତ୍ର ଭାରତୀୟ ହେବାର ଅର୍ଥ କଣ ? କଣ ଏହାର ଅର୍ଥ ହିନ୍ଦୁ ହେବା କିମ୍ବା କେବଳ ଭାରତରେ ଜନ୍ମ ନେବା ଯଥେଷ୍ଟ ?
ଅଭିନେତା କହିଛନ୍ତି, ଏହା ସବୁ ଏମିତି ପ୍ରଶ୍ନ ଯାହା ବିଷୟରେ ଆମେ ଜାଣି ନାହାନ୍ତି ଯେ, ଏହା କେଉଁ ପର୍ଯ୍ୟନ୍ତ ଯାଇ ଶେଷ ହେବ ? ସତ କହିବାକୁ ଗଲେ ମୁଁ ଏହା ଉପରେ କେବେ ନିଜର ସମୟ ଅପଚୟ କରି ନାହିଁ।