ଫିଲ୍ମ 'ଆଦିପୁରୁଷ' ପାଇଁ ସୈଫ୍ ଅଲୀ ଖାନ ହେବେ ୮ ଫୁଟ୍‌ ଲମ୍ବା, ରାବଣ ଚରିତ୍ରରେ କରିବେ ଅଭିନୟ

Published By : Prameya-News7 Bureau | January 07, 2021 IST

ମୁମ୍ବାଇ ୦୬/୦୧ : ଆଦିପୁରଷ ହେଉଛି ଭାରତର ମହାକାବ୍ୟ, ରାମାୟଣ ଉପରେ ଆଧାରିତ ଏକ ଚଳଚିତ୍ର। ଫିଲ୍ମରେ ପ୍ରଭାସ, ସୈଫ୍ ଅଲ୍ଲୀ ଖାନ, ଏବଂ କୀର୍ତି ସାନନ ଅଭିନୟ କରିଛନ୍ତି। ଏହିପାଇଁ ଜାନୁଆରୀ ୧୯ ତାରିଖରେ ମୁମ୍ବାଇର ଏକ ସ୍ଟୁଡ଼ିଓରେ ସୁଟିଂ ଆରମ୍ଭ ହେବାକୁ ଯାଉଛିଷ ଚଳଚିତ୍ରର ମୁଖ୍ୟ କଳାକାରମାନେ ମଧ୍ୟ ସେମାନଙ୍କର ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସାଉଥ୍ ସୁପର୍ ଷ୍ଟାର୍ ପ୍ରଭାସ ପ୍ରଭୁ ଶ୍ରୀରାମଙ୍କ ଚରିତ୍ର ଚିତ୍ରଣ କରୁଥିବା ବେଳେ ସୈଫ ଅଲ୍ଲୀ ଖାନ ଲଙ୍କେଶଙ୍କ ଭୂମିକା ଅଭିନୟ କରିବେ। ଚଳଚିତ୍ରଟିକୁ ନିର୍ଦେଶନା ଦେଇଛନ୍ତି ଓମ ରାୱତ।

{"id":388396,"sizeSlug":"large","linkDestination":"none"}

ଆଦିପୁରୁଷରେ ରାବଣର ଅନ୍ୟ ନାମ ଲଙ୍କେଶ। ଫିଲ୍ମ ପାଇଁ ସୈଫ ଅଲି ଖାନଙ୍କ ଉଚ୍ଚତା ୮ କିମ୍ବା ୯ ଫୁଟକୁ ବୃଦ୍ଧି କରାଯିବ ବୋଲି ଜଣାପଡିଛି। ଆଦିପୁରୁଷରେ ଲଙ୍କେଶର ଭୂମିକାକୁ ଚିତ୍ରଣ କରିବା ପାଇଁ ସୈଫ ମୋଟା ନିଶ ଏବଂ ଲମ୍ବା କେଶ ରଖିବେ। ଚଳଚିତ୍ରଟିକୁ ଓମ ରାୱତ ନିର୍ଦେଶନା ଦେଇଥିବା ବେଳେ ଗୀତ ଏବଂ ସଂଳାପ ଲେଖିଛନ୍ତି ମନୋଜ ମୁନ୍ତାଶିର।

{"id":388397,"sizeSlug":"large","linkDestination":"none"}


ମନୋଜ କହିଛନ୍ତି ଯେ, ଏହି ଚଳଚିତ୍ର ଖରାପ ଉପରେ ଭଲର ବିଜୟକୁ ଆଲୋକିତ କରିବ ଏବଂ ଏହା ରାମ-ରାବଣ ବିବାଦ ଉପରେ କେନ୍ଦ୍ରିତ। ସୈଫଙ୍କୁ ନେଇ ସେ କହିଛନ୍ତି ଯେ ସେ ଜଣେ ଦକ୍ଷ କଳାକାର ଏବଂ ନିଜ ଚରିତ୍ରକୁ ଭଲ ଭାବେ ବୁଝିପାରିବେ। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଚଳଚିତ୍ରରେ ଆପତ୍ତିଜନକ କିଛି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.