ଚତୁର୍ଥ ସନ୍ତାନର ବାପା ହେବେ ସୈଫ୍ ଅଲ୍ଲୀ ଖାନ୍, କହିଲେ ବୁଢା ହେବା ପୂର୍ବରୁ ଆଉ ଜଣକୁ କରିବି ସ୍ବାଗତ
20/01/2021 at 5:16 PM

ମୁମ୍ବାଇ ୨୦।୧: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବେ ବେଶ୍ ଚର୍ଚ୍ଚାରେ । ନିକଟରେ ରିଲିଜ୍ ହୋଇଥିବା ସୈଫ୍ ଙ୍କ ୱେବ୍ ସିରିଜ୍ ‘ତାଣ୍ଡବ’ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି । ସୈଫ୍ ଚତୁର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି ।

ବାସ୍ତବରେ, ତାଙ୍କର ପ୍ରଥମ ପତ୍ନୀ ଅଭିନେତ୍ରୀ ଅମୃତା ସିଂଙ୍କର ଦୁଇଟି ସନ୍ତାନ ସାରା ଅଲ୍ଲୀ ଖାନ୍ ଏବଂ ଇବ୍ରାହିମ୍ । କରିନା ଏବଂ ସୈଫଙ୍କର ଗୋଟିଏ ସନ୍ତାନ ତୈମୁର ଥିବାବେଳେ କରିନା ଦ୍ବିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ସୈଫ୍ ଚତୁର୍ଥ ଥର ବାପା ହେବାକୁ ଯାଉଛନ୍ତି । ସୈଫ୍ ନିଜ ପରିବାରରେ ନୂତନ ସଦସ୍ୟକୁ ସ୍ବାଗତ କରିବା ପାଇଁ ବେଶ ଖୁସି ଅଛନ୍ତି ।

ସୈଫ୍ ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ପୁଣିଥରେ ବାପା ହେବାକୁ ଯାଉଥିବାରୁ ବହୁତ ଉତ୍ସାହିତ ଅଛି । ମୋତେ ଛୁଆ ପସନ୍ଦ ଲାଗନ୍ତି । ସେମାନଙ୍କୁ ଘରେ ଖୁସି ଥିବାର ଦେଖି ମୋତେ ବହୁ ଆନନ୍ଦ ଲାଗେ । ଘରେ ମୋର ଛୁଆ ଅଛନ୍ତି, ସେମାନଙ୍କ ସହ ମୋର ସମ୍ପର୍କ ଟିକିଏ ଅଲଗା କାରଣ ସେମାନେ ବଡ ହୋଇସାରିଲେଣି । କିନ୍ତୁ, ମୁଁ ଖୁସି ଅଛି ମୁଁ ବୁଢା ହେବା ପୂର୍ବରୁ ଆଉ ଏକ ଛୋଟ ପିଲାକୁ ସ୍ବାଗତ କରିବି ।’

ଉଲ୍ଲେଖଯୋଗ୍ୟ ଯେ, କରୀନା ପିଲା ଜନ୍ମ ହେବା ପୂର୍ବରୁ ତାଙ୍କର ନୂଆ ଘରକୁ ସିଫ୍ଟ ହୋଇଯାଇଛନ୍ତି । ଯାହାକି ତାଙ୍କର ପୁରୁଣା ଘର ନିକଟରେ ଏବଂ ପ୍ରଥମ ଘରଠାରୁ ବେଶ୍ ବଡ ଆଉ ଚମତ୍କାର ମଧ୍ୟ ।

ନିକଟରେ କରୀନା ତାଙ୍କ ନୂଆ ଘରର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋରେ ଅଭିନେତ୍ରୀ ନୂଆ ଘରର ଏକ ରୁମ୍ ଯେଉଁଥିରେ ଏକ ବେଡ଼୍, ଡାର୍କ ହାର୍ଡ ଉଡ଼୍ ଫ୍ଲୋର, ଗ୍ରୀଡ଼୍ ପାନେଲିଙ୍ଗ୍ ସହ ଟେରେସ୍ ମଧ୍ୟ ନଜରକୁ ଆସିଛି । ଏହାଛଡା କାନ୍ଥ ଉପରେ ଏକ ବଡ ଫ୍ରେମ୍ ରେ କରୀନା, ତୈମୁର ଏବଂ ସୈଫଙ୍କର ଅନେକଗୁଡିଏ ଫଟୋ ଦେଖିବାକୁ ମିଳିଛି । ସୈଫ୍ ‘ବଣ୍ଟି ଔର ବବଲୀ ୨’, ‘ଆଦିପୁରୁଷ’, ‘ଭୁତ୍ ପୋଲିସ’ ଏବଂ ‘ବିକ୍ରମ ଭେଦା’ର ହିନ୍ଦୀ ରିମିକ୍ ରେ ନଜର ଆସିବେ ।