Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଦ୍‌ରେ ନିଜ ପତ୍ନୀଙ୍କ ପାଇଁ ସ୍ବାଦିଷ୍ଟ୍ ମଟନ୍ ବିରିୟାନୀ ରାନ୍ଧିଲେ ସୈଫ : ଫଟୋ ସେୟାର କଲେ କରୀନା କପୁର

25/05/2020 at 8:36 PM

ମୁମ୍ବାଇ ୨୫/୫: ଦେଶବ୍ୟାପି ଧୁମଧାମରେ ଇଦ୍ ପାଳନ କରାଯାଉଛି। ମୁସଲିମ୍ ସମାଜ ଲକଡାଉନ୍ ଲକଡାଉନ୍ କାରଣରୁ ନିଜ ନିଜ ଘରେ ଏଥର ଇଦ୍ ପାଳନ କରୁଛନ୍ତି। ସବୁ ଅଭିନେତା ନିଜ ଫ୍ୟାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି। ଏହି ସମୟରେ କରୀନା କପୁର ଖାନ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ଯେଉଁଥିରୁ ଜଣା ପଡ଼ିଯାଉଛି ଯେ ଇଦ୍ ଅବସରରେ ଅଭିନେତା ସୈଫ ଅଲୀ ଖାନ୍ ନିଜ ପତ୍ନୀଙ୍କ ପାଇଁ ଶେଫ୍ ହୋଇଛନ୍ତି ଏବଂ ତାଙ୍କ ପାଇଁ ମଟନ୍ ବିରିୟାନୀ ପ୍ରସ୍ତୁତ କରିଛନ୍ତି।

କରୀନା କପୁର ଏବେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। ତାଙ୍କ ପୋଷ୍ଟକୁ ତାଙ୍କ ପ୍ରଶଂସକ ଅପେକ୍ଷା କରି ରହୁଛନ୍ତି। କରୀନା ଇଦ୍ ଅବସରରେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ଇଦ୍ ଶୁଭକାମନା ଜଣାଇଛନ୍ତି। ସୈଫଙ୍କ ବିରିୟାନୀ ଫଟୋକୁ ସେୟାର କରି କରୀନା ନିଜ କ୍ୟାପସନରେ ଲେଖିଛନ୍ତି ଯେ ଶେଫ ସୈଫୁ,ମଟନ୍ ବିରିୟାନୀ ପାଗଳାମି ଭଳି ଭୋଜନ। ଇଦ୍ ମୁବାରକ।

କରୀନାଙ୍କ ବ୍ୟତୀତ କରିଶ୍ମା କପୁର ଇନଷ୍ଟାଗ୍ରାମରେ ସୈଫ ଅଲୀ ଖାନ୍ କରିଥିବା ଇଦ ଡିଶର ଫଟୋ ସେୟାର କରିଛନ୍ତି ଏବଂ ସୈଫଙ୍କ ଖୁବ୍ ପ୍ରଶଂସା କରିଛନ୍ତି। କରିଶ୍ମା ଲେଖିଛନ୍ତି ଯେ ଶେଫ ସୈଫୁଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏବେ ସୁଦ୍ଧାର ସବୁଠୁ ବେଷ୍ଟ୍ ମଟନ୍ ବିରିୟାନୀ। ଲଞ୍ଚ କରୀନା କପୁରଙ୍କ ସହ।

   Related Posts