ସାରାଙ୍କ ଫିଲ୍ମ 'ଲଭ୍ ଆଜ୍ କଲ୍୨'ର ଟ୍ରେଲର ଦେଖି ସୈଫ କହିଲେ ଏମିତି କଥା…

Published By : Prameya-News7 Bureau | January 19, 2020 IST

ମୁମ୍ବାଇ୧୯|୧: କାର୍ତ୍ତିକ ଆର୍ଯ୍ୟାନ୍ ଓ ସାରା ଅଲୀ ଖାନଙ୍କ ଅପକମିଂ ଫିଲ୍ମ 'ଲଭ୍‌ ଆଜକଲ୍‌ ୨'ର ଟ୍ରେଲର ରିଲିଜ ହେବା ପରେ ଦର୍ଶକ ଏହି ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି। ୨୦୦୯ ମସିହାରେ ସୈଫ୍ ଅଲୀ ଖାନ୍ ଓ ଦୀପିକା ପାଦୁକୋନ୍‌ଙ୍କୁ ନେଇ 'ଲଭ୍ ଆଜ୍ କଲ୍' ଫିଲ୍ମ ରିଲିଜ ହୋଇଥିଲା। ଏବେ ଇମ୍‌ତିଆଜ୍ ଅଲୀ ପୁଣି ସେହି ଟାଇଟଲ୍‌ରେ ସାରା ଓ କାର୍ତ୍ତିକଙ୍କୁ ନେଇ ଏକ ନୂଆ ଫିଲ୍ମ ତିଆରି କରିଛନ୍ତି। ତେବେ ନୂଆ ଫିଲ୍ମର ଟ୍ରେଲର କିଛି ପ୍ରଶଂସକଙ୍କୁ ପସନ୍ଦ ଆସିଛି ତ କିଛି ସାରା-କାର୍ତ୍ତିକଙ୍କ ଅଭିନୟକୁ ନେଇ ଟ୍ରୋଲ ମଧ୍ୟ କରିଛନ୍ତି।

{"id":213372,"sizeSlug":"large"}

ସାରାଙ୍କ ପିତା ସୈଫ୍‌ ଅଲ୍ଲୀ ଖାନ୍‌ ଫିଲ୍ମର ଟ୍ରେଲର ଦେଖିବା ପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାରରେ ସୈଫ କହିଛନ୍ତି ଯେ, ନୂଆ 'ଲଭ୍ ଆଜ୍ କଲ୍‌' ଏତେ ଖାସ ହୋଇନାହିଁ। ତାଙ୍କ ଫିଲ୍ମର ଟ୍ରେଲର ସେ ଆଜି ବି ଦେଖିବା ପସନ୍ଦ କରନ୍ତି। ଫିଲ୍ମ 'ଲଭ୍‌ ଆଜ୍‌ କଲ୍‌'ର ଶୁଟିଂ ଆଜିପର୍ଯ୍ୟନ୍ତ ତାଙ୍କୁ ମନେ ଅଛି।ଏହା ସହ ସେ କହିଛନ୍ତି ଯେ, ତାଙ୍କ ଫିଲ୍ମ ତୁଳନାରେ ସାରାଙ୍କ ଫିଲ୍ମର ଟ୍ରେଲର୍ ଭଲ ହୋଇନାହିଁ। ହେଲେ ଏହି ଫିଲ୍ମ ପାଇଁ ଝିଅ ସାରାଙ୍କୁ ସେ ଶୁଭକାମନା ଜଣାଇଛନ୍ତି।

{"id":213373,"sizeSlug":"large"}

୨୦୦୯ ମସିହାରେ ରିଲିଜ ହୋଇଥିବା 'ଲଭ୍ ଆଜ୍ କଲ୍' ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା। ତେବେ ନୂଆ 'ଲଭ୍ ଆଜ୍ କଲ୍' ହିଟ୍‌ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି। ଫିଲ୍ମଟି ଫେବୃଆରୀ ମାସ ୧୪ ତାରିଖରେ ରିଲିଜ୍ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.