ଅଭିନେତ୍ରୀଙ୍କ ପାଖରେ ଡାକ୍ତରୀ ଡିଗ୍ରୀ, ଫେୟାରନେସ୍‌ କ୍ରିମ୍‌ ବିଜ୍ଞାପନ ପାଇଁ ହୁଅନ୍ତିନି ରାଜି

Published By : Prameya-News7 Bureau | May 16, 2022 IST

ତେଲୁଗୁ ଅଭିନେତ୍ରୀ ସାଇ ପାଲ୍ଲଭି। ଗର୍ଜିଅସ୍‌-ବିୟୁଟିପୁଲ୍‌। ଯେତିକି ସୁନ୍ଦର ଚେହେରା ସେତିକି ନିଖୁଣ ତାଙ୍କ ଅଭିନୟ। କମ ବୟସରୁ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଛାଡିପାରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ। ଗୋଟେ ଗୋଟେ ଫୋଷ୍ଟକୁ ମିଳେ ଢେର୍‌ ଲାଇକ୍‌ । ୨୦୧୫ରେ ମାଲାୟାଲମ୍‌ ଫିଲ୍ମ ‘ପେମମ୍‌’ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ। ସାଇ ପଲ୍ଲଭୀଙ୍କୁ  ବିୟୁଟି ୱିଥ୍ ବ୍ରେନ୍‌ ବୋଲି କୁହାଯାଏ। କାରଣ ତାଙ୍କ ପାଖରେ ରହିଛି ଡାକ୍ତରୀ ଡିଗ୍ରୀ
ସାଇ ପାଲ୍ଲଭି କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ଅଭିନେତ୍ରୀ  ନହୋଇ ଜଣେ ଡାକ୍ତର ହେବାକୁ ଚାହୁଁଥିଲେ ସେ। ପାଖରେ ରହିଛି ଡାକ୍ତରୀ ଡିଗ୍ରୀ ।  ସାଇ ଜଣେ ହୃଦରୋଗ ବିଶେଷଜ୍ଞ ଭାବେ ଶିକ୍ଷା ଲାଭ କରିଛନ୍ତି। ୨୦୧୪ ମସିହାରେ ସେ ଡାକ୍ତରୀ ପଢୁଥିବା ବେଳେ ତାଙ୍କୁ ପ୍ରେମମ ପିଲ୍ମର ଅଫର ଆସିଥିଲା। ପ୍ରଥମେ ଏହି ଫିଲ୍ମ କରିବାକୁ କୁଣ୍ଠାବୋଧ କରୁଥିଲେ ସାଇ। ଅନେକ ବୁଝାସୁଝା ପରେ ସେ ଏଥିରେ ଅଭିନୟ ପାଇଁ ରାଜି ହୋଇଗଲେ। କେବେଳ ଏହି ଗୋଟିଏ ଫିଲ୍ମ କରିବାର ନିଷ୍ପତ୍ତି ନେଇଥିବା ସାଇଙ୍କୁ ପ୍ରଥମ ଫିଲ୍ମରୁ ଏତେ ସଫଳତା ମିଳିଥିଲା ଯେ ତାଙ୍କୁ ଏହାପରେ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳିଚାଲିଲା। ଦର୍ଶକଙ୍କ ଭଲ ପାଇବା ଦେଖି ସାଇ ମଧ୍ୟ ଫିଲ୍ମ କରିବାରେ ଲାଗିପଡିଲ

ଏକ ସୁନ୍ଦର ଏବଂ ଭିନ୍ନ ଚିନ୍ତାଧାରା ନେଇ ବଞ୍ଚନ୍ତି ସାଇ ପଲ୍ଲଭୀ। ଫେରାୟନେସ୍‌ କ୍ରିମ୍‌ର ବିଜ୍ଞାପନ ନକରି ସେ ଏହାର ପ୍ରମାଣ ଦେଇଛନ୍ତି। ତାଙ୍କୁ ୨ କୋଟି ଟଙ୍କାର ଏକ ଫେୟାରନେସ୍‌ କ୍ରିମ୍‌ର ବିଜ୍ଞାପନ ଅଫର ଆସିଥିଲା। କିନ୍ତୁ ସେ ସମସ୍ତଙ୍କର ବର୍ଣ୍ଣ ସୁନ୍ଦର ଏଥିରେ କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ କହି ଏହି ବିଜ୍ଞାପନ ପାଇଁ ମନାକରିଦେଇଥିଲେ। ଫିଲ୍ମରେ ସାଇ କମ୍‌ ମେକଅପ ନିଅନ୍ତି। ଅଧିକାଂଶ ଆୱାର୍ଡ ଶୋକୁ ମଧ୍ୟ ସେ ହାଲ୍‌କା ମେକଅପ୍‌ ନେଇ ଆସିବାର ଦେଖାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.