ହସ୍ପିଟାଲରୁ ଶୀଘ୍ର ଡିସଚାର୍ଜ ହୋଇପାରନ୍ତି ସାଇ ଧରମ ତେଜ, ଟ୍ୱିଟ୍ କରି ଜଣାଇଲେ ଅଭିନେତା

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦: ଗତ ମାସରେ ଏକ ବାଇକ୍ ଦୁର୍ଘଟଣାରେ ଟଲିଉଡ ଅଭିନେତା ସାଇ ଧରମ ତେଜ ଆହତ ହୋଇଥିଲେ। ଦୁର୍ଗମଚେରୁଭ କେବୁଲ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସାଇ ଏକ ସ୍ପୋର୍ଟସ୍ ବାଇକରେ ଯାଉଥିଲେ ଏବଂ କାଦୁଅ ଯୋଗୁଁ ସେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ହେଲମେଟ ପିନ୍ଧିଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିନଥିଲା। ତେବେ ଦେହରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଏବଂ ଉପଯୁକ୍ତ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

wp:html /wp:html

ଏହା ପରେ ଅଭିନେତା ପୱନ କଲ୍ୟାଣ କହିଥିଲେ ଯେ ସାଇ କୋମାରେ ଅଛନ୍ତି, ଯାହାଶୁଣି ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ ନିକଟରେ ଏପରି ଖବର ଆସିଛି ଯେଉଁଥିରୁ ଜଣା ପଡିଛି ଯେ ସାଇ ପୂର୍ବ ଅପେକ୍ଷା ଭଲ ଅଛନ୍ତି ଏବଂ କୋମାରୁ ବାହାରିଆସିଛନ୍ତି। ସାଇଙ୍କୁ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ ବୋଲି ସୂଚନା ମିଳୁଛି।

{"width":597,"height":403}
साई धरम तेज

ଅକ୍ଟୋବର ୪ ରେ ସାଇ ନିଜେ ଏକ ଟ୍ୱିଟ କରିଛନ୍ତି। ଯାହାଦେଖି ଜଣାଯାଉଛି ଯେ ଅଭିନେତା ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ। ସେ ତାଙ୍କ ଫିଲ୍ମ ‘ରିପବ୍ଲିକ୍’କୁ ମିଳିଥିବା ଦର୍ଶକଙ୍କ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.