Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ଅଭିନେତା ସାଇ ଧରମ, ବର୍ତ୍ତମାନ ଏମିତି ଅଛି ଅବସ୍ଥା

11/09/2021 at 8:40 AM

ନୂଆଦିଲ୍ଲୀ ୧୧/୦୯ : ଟଲିଉଡ ଅଭିନେତା ସାଇ ଧରମ ତେଜ ଗତ କାଲି ରାତିରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଛନ୍ତି ଏବଂ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଦୁର୍ଗମଚେରୁଭ କେବୁଲ ବ୍ରିଜ ନିକଟରେ ଘଟିଛି।

Sai Dharam Tej about his 2 AM Buddies

ସୂଚନା ଅନୁଯାୟୀ, ସାଇ ଏକ ସ୍ପୋର୍ଟସ ବାଇକରେ ଯାଉଥିଲେ ଏବଂ କାଦୁଅ ଯୋଗୁଁ ସେ ଖସିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଆଖି, ଛାତି ଏବଂ ଅଣ୍ଟାର ଅନେକ ଅଂଶରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଟିମ୍ ଏକ ବିବୃତ୍ତି ଜାରି କରି କହିଛି ଯେ ସାଇ ବର୍ତ୍ତମାନ ଭଲ ଅଛନ୍ତି।

Chiranjeevi Steps in to Help Sai Dharam Tej

ସାଇଙ୍କ ଟିମ୍ କହିଛି, ‘ଅଭିନେତା ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଚିନ୍ତା କରିବାର କିଛି ନାହିଁ। ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଦୁର୍ଘଟଣାର ଖବର ଶୁଣି ପରିବାର ସଦସ୍ୟ, ଭାଇ ବୈଷ୍ଣବ ତେଜ, ମାମୁଁ ପୱନ କଲ୍ୟାଣ ଏବଂ ସମ୍ପର୍କୀୟ ଭାଇ ବରୁଣ ତେଜ ଡାକ୍ତରଖାନାରେ ପହଞ୍ଚିଛନ୍ତି।

   Related Posts