Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଇବାବାଙ୍କ ଜନ୍ମସ୍ଥାନ ବିବାଦ : ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ, ଖୋଲା ରହିଛି ମନ୍ଦିର

19/01/2020 at 10:31 AM

ମୁମ୍ବାଇ ୧୯।୧: ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ତେଜିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପାଥରି ସହରକୁ ସାଇ ବାବାଙ୍କ ଜନ୍ମସ୍ଥାନ ଦର୍ଶାଇ ଏହାର ବିକାଶ କାର୍ଯ୍ୟପାଇଁ ଶହେ କୋଟି ଟଙ୍କା ଅନୁଦାନ ଘୋଷଣା କରିବା ପରେ ବଡ଼ ଧରଣର ବିବାଦ ଉପୁଜିଛି । ଶିରିଡି ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଜୋରଦାର ବିରୋଧ କରି ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡ଼ି ବନ୍ଦ ଘୋଷଣା କରିଛନ୍ତି ।

ତେବେ ଏହି ବନ୍ଦରେ କେବଳ ବ୍ୟବସାୟ ପ୍ରତିଷ୍ଠାନ ହିଁ ବନ୍ଦ ରହିଛି ଏବଂ ସାଇବାବାଙ୍କ ମନ୍ଦିର ଖୋଲା ରହିଛି । ଶିରିଡ଼ିବାସୀ କହିଛନ୍ତି, ପାଥରିରେ ବିକାଶ କାର୍ଯ୍ୟକୁ ବିରୋଧ କରୁନାହାନ୍ତି, କିନ୍ତୁ ଏହାକୁ ସାଇବାବାଙ୍କ ଜନ୍ମସ୍ଥଳୀ ଭାବେ ଘୋଷଣାକୁ ବିରୋଧ କରୁଛନ୍ତି।

ସାଇବାବାଙ୍କ ଜନ୍ମ, ଧର୍ମ ଆଦିକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ନଥିବା ବେଳେ ପାଥରିକୁ ଜନ୍ମସ୍ଥାନ ବୋଲି ଘୋଷଣା କଲେ ଏହାର ଜୋରଦାର ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ମାମଲା ଜଟିଳ ରୂପ ନେଉଥିବାରୁ ନିଜେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଶିରିଡି ବନ୍ଦ ନକରିବାକୁ ସ୍ଥାନୀୟବାସୀ ଅପିଲ୍ କରିଛନ୍ତି ।

ତେବେ ଶିରିଡି ଗ୍ରାମସଭା ଆଜି ବନ୍ଦ ଡାକରା ଦେଇଛି । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜର ବୟାନକୁ ଫେରାଇ ନ ନେଇଛନ୍ତି ସେତେବେଳ ପର୍ଯ୍ୟନ୍ତ ବନ୍ଦ ଜାରି ରହିବ ବୋଲି ଶିରିଡି ଗ୍ରାମସଭା କହିଛି ।

   Related Posts