Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସତ୍ୟ ସାଇ ବାବାଙ୍କ ଭକ୍ତଙ୍କ ପାଇଁ ଖୁସି ଖବର, ଖୋଲିବ ପ୍ରଶାନ୍ତି ମନ୍ଦିରର ଦ୍ୱାର

5/10/2021 at 11:04 AM

ପୁଟ୍ଟପର୍ଥି ୦୫/୧୦: ଭଗବାନ ସତ୍ୟ ସାଇ ବାବାଙ୍କ ଭକ୍ତଙ୍କ ପାଇଁ ଖୁସି ଖବର। ଆଜିଠାରୁ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥିରେ ଅବସ୍ଥିତ ଭଗବାନ ସତ୍ୟ ସାଇ ବାବା ପ୍ରଶାନ୍ତି ମନ୍ଦିରର ଦ୍ୱାର ଖୋଲାଯାଉଛି। ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପ୍ରତିଦିନ ଏହି ମନ୍ଦିରେ ଦିବ୍ୟ ସମାଧି ଦର୍ଶନ କରିବାକୁ ଆସନ୍ତି। ସତ୍ୟ ସାଇ ବାବାଙ୍କୁ ଶିରିଡିର ସାଇ ବାବାଙ୍କ ଅବତାର ଭାବରେ ବିବେଚନା କରାଯାଏ।

PunjabKesari

କରୋନା ମହାମାରୀ ହେତୁ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା। ଯାହା ବର୍ତ୍ତମାନ ଖୋଲାଯାଉଛି। କୁହାଯାଉଛି ମନ୍ଦିର ଖୋଲିବା ପରେ ସକାଳ ଓ ସନ୍ଧ୍ୟାରେ ପ୍ରତିଦିନ ‘ଆରତୀ’ ହେବ। ବାବା ତାଙ୍କ ଜୀବନ କାଳରେ ଅନେକ ଚମତ୍କାର କରିଛନ୍ତି, ଯେପରିକି ଭକ୍ତଙ୍କ ମଧ୍ୟରେ ବିଭୁତି ବର୍ଷାଇବା, ଶିବରାତ୍ରୀ ଅବସରରେ ତାଙ୍କ ମୁଖରୁ ସୁନା ଏବଂ ପାରଦ ଶିବଲିଙ୍ଗ ବାହାର କରିବା,ହାତରୁ ରିଙ୍ଗ କିମ୍ବା ସୁନା ଚେନ୍ ପ୍ରକଟ କକରିବା ଇତ୍ୟାଦି। ସେହିପରି ବାବା ତାଙ୍କ ଜୀବନ କାଳରେ ଅନେକ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ମାନବ ସେବା କାର୍ଯ୍ୟରେ ବି ସାହାଯ୍ୟ କରିଥିଲେ।

PunjabKesari

ସାଇ ଭକ୍ତଙ୍କ ଘରେ ତାଙ୍କ ଚରଣର ପ୍ରତିମା ବା ଫଟୋ ପୂଜା କରାଯାଏ। ଯେଉଁଥିରେ ଗୋଟିଏ ଚରଣ ଜଣେ ପୁରୁଷ ଏବଂ ଅନ୍ୟଟି ମହିଳାଙ୍କ ପରି ଦେଖାଯାଏ।

   Related Posts