୩କୋଟି ଟଙ୍କା ଠକେଇ ଅଭିଯୋଗ : ସାହିଲ ଏଣ୍ଟରପ୍ରାଇଜେସ୍ ମାଲିକ ବିଷ୍ଣୁ ପ୍ରସାଦ ସାହୁ ଗିରଫ

Published By : Prameya-News7 Bureau | April 24, 2021 IST

ଭୁବନେଶ୍ବର ୨୪।୪: ସାହିଲ ଏଣ୍ଟରପ୍ରାଇଜେସ୍ ର ମାଲିକ ବିଷ୍ଣୁ ପ୍ରସାଦ ସାହୁ ଗିରଫ । ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ବିଷ୍ଣୁ ପ୍ରସାଦଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ୨୦ରୁ ଅଧିକ ଲୋକ ସାହିଲ ଏଣ୍ଟରପ୍ରାଇଜେସ୍ ଦ୍ବାରା ଠକେଇର ଶିକାର ହୋଇଛନ୍ତି ।

ସାହିଲ ଏଣ୍ଟରପ୍ରାଇଜେସ୍ ଓ ଫାର୍ମ ମାଲିକ ବିଷ୍ଣୁ ପ୍ରସାଦ ସାହୁଙ୍କ ବିରୋଧରେ ଶୁଭ୍ରାଶୁଂ ଶେଖର ରାଉତ ଠକେଇ ନେଇ ଅଭିଯୋଗ କରିଥିଲେ ।  ୨୨ ଜଣ ଲୋକଙ୍କୁ ଆଳୁ ଚାଷ, ସାମୁଦ୍ରିକ ଜୀବ ଟ୍ରେଡିଂ ବା ଚିଙ୍ଗୁଡି ବ୍ୟବସାୟ ପାଇଁ କହି ପ୍ରାୟ ୩ କୋଟି ଠକି ନେଇଥିଲେ ।  ପରେ ସେହି ଅର୍ଥକୁ ସେ ନିଜ କାମରେ ଲଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.