Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର “ଭାରତ”ରେ ଡେବ୍ୟୁ କରିବେ ଏହି ଟେଲିଭିଜନ ଅଭିନେତା

28/12/2018 at 3:57 PM

ମୁମ୍ବାଇ୨୮|୧୨: ବଡ ପରଦାରେ ପ୍ରବେଶ କରିବେ ଜଣେ ନୂଆ ଟେଲିଭିଜନ ଅଭିନେତା। ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଭାରତରେ ସେ ଡେବ୍ୟୁ କରିବେ। ବଲିଉଡରେ ନୂଆ ଚେହେରାଙ୍କୁ ସୁଯୋଗ ଦେବାର ଜଣା ଶୁଣା ସଲ୍ଲୁଭାଇ ଏବେ ଆଉ ଏକ ନୂଆ ଅଭିନେତାଙ୍କୁ ସୁଯୋଗ ଦେଇଛନ୍ତି। ସୋନୀ ଚ୍ୟାନଲରେ ଆରମ୍ଭ ହୋଇଥିବା ନୂଆ ସୋ “ଲେଡିଜ୍ ସ୍ପେଶାଲ”ରେ ଏହି ଅଭିନେତାଙ୍କୁ ଦେଖିବାକୁ ମିଳିଛି। ଏହି ନ୍ୟୁ କମରଙ୍କ ନାଁ ହେଲା ସାହିଲ ଚଡ୍ଡା । ଛୋଟ ପରଦାରୁ ସେ ଏବେ ସିଧା  ବଡ ପରଦାରେ ପହଂଚିଛନ୍ତି , ତାହା ପୁଣି ସଲମାନ ଖାନଙ୍କ ସହ ।

ମଞ୍ଚ ଅଭିନେତା ସାହିଲ ଚଡ୍ଡା ତାଙ୍କ ନୂଆ ବଲିଉଡ ଡେବ୍ୟୁ ପାଇଁ ଖୁବ ଉତ୍ସାହିତ ଅଛନ୍ତି। ବଲିଉଡରେ ପ୍ରବେଶ କରିବା ପାଇଁ ସାହିଲ ବହୁତ ଆଗରୁ ଅଡିଶନ ଦେଉଥିଲେ। କିନ୍ତୁ କିଛି ଭଲ ଅଫର ମିଳିନଥିବାରୁ ସେ ତାଙ୍କ ସଂଘର୍ଷ ଜାରି ରଖିଥିଲେ। ସାହିଲ ଚଡ୍ଡା ବମ୍ବେ ଟାଇମ୍ସରେ ନିଜ ଇଂଟରଭିଉରେ କହିଛନ୍ତି ଯେ “ହରିଆଣାର ଅନ୍ୟ ସବୁ ସଂଘର୍ଷ କରୁଥିବା ଲୋକଙ୍କ ଭଳି ଅଡିଶନ ଦେବା ତାଙ୍କ ନିତିଦିନିଆ କାମ ବୋଲି ସେ ଭାବିଥିଲି। ସେ ତାଙ୍କ ଚରିତ୍ରକୁ ନେଇ ଖୁବ ଦ୍ବନ୍ଦ୍ବରେ ଥିଲେ। କିନ୍ତୁ ଲେଡିଜ ସ୍ପେଶାଲ ଅନ୍ୟ ଟିଭି ସିରିଏଲ ଭଳି ନୁହଁ। ତେଣୁ ଏହାର ଚରିତ୍ର  ତାଙ୍କୁ ଖୁବ ଚ୍ୟାଲେଂଜିଙ୍ଗ ଲାଗିଲା”।

ଟିଭି ଧାରାବାହିକରେ ଅଭିନୟ କରିବାକୁ ସେ ଚାହୁଁନଥିଲେ । ଏଥିରେ ତାଙ୍କର କୌଣସି ଆଗ୍ରହ ନଥିଲା । କିନ୍ତୁ ପରେ ସେ ଜାଣିଲେ ଯେ ଟିଭି ସିରିଏଲର ଦର୍ଶକ ସଂଖ୍ୟା ଅଧିକ। ତେଣୁ ଏହି ସବୁ ସୋ ଗୁଡିକରେ କାମ କଲେ ଖୁବ ଶୀଘ୍ର ପରିଚିତି ମିଳିବ। ତେଣୁ ଧାରାବାହିକରେ କାମ କରିବାକୁ ରାଜି ହୋଇଥିଲେ । ତେବେ ବର୍ତ୍ତମାନ ବଡ ପରଦାରେ ସଲମାନ ଖାନ ଓ ସୁନୀଲ ଗ୍ରୋଭରଙ୍କ ଭଳି ଅଭିନେତାଙ୍କ ସହ କାମ କରି ସେ ବହୁତ କିଛି ଶିଖିଥିବା କହିଛନ୍ତି।

ପ୍ରଥମ ଚଳଚ୍ଚିତ୍ରରେ ସଲମାନଙ୍କ ସହ କାମ କରିବାକୁ ନେଇ ସେ ବହୁତ ଖୁସି। ଭାଇଜାନଙ୍କ ସହ ନିଜର ପ୍ରଥମ ଚଳଚ୍ଚିତ୍ର ପାଇଁ  ସାହିଲ ନିଜକୁ ଭାଗ୍ୟବାନ ମନେ କରନ୍ତି। ବହୁତ ବର୍ଷ ପରେ ତାଙ୍କୁ ଟିଭି ସିରିଏଲ ଓ ଚଳଚ୍ଚିତ୍ରରେ ଅଫର ମିଳିଛି। ଅଲୀ ଅବ୍ବାସ ନିର୍ଦ୍ଦେଶିତ ଫିଲ୍ମ ଭାରତ ଆସନ୍ତା ବର୍ଷରେ ରିଲିଜ୍ ହୋବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କେଫ୍ ଓ ଦିଶା ପଟ୍ଟାନୀ ଅଛନ୍ତି।

   Related Posts