Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବାପା ହେଲେ ସାହିଲ ଆନନ୍ଦ, ପୁଅର ପ୍ରଥମ ଝଲକ ସେୟାର କରି ଦେଲେ ଖୁସି ଖବର

30/04/2021 at 3:03 PM

ମୁମ୍ବାଇ ୩୦/୦୪: ‘କସୌଟି ଜିନ୍ଦେଗୀ କି ୨’ ର ଫେମ୍ ସାହିଲ ଆନନ୍ଦଙ୍କ ଘରେ ଏକ ନୂଆ ଅତିଥିକୁ ସ୍ୱାଗତ କରାଯାଇଛି । ସାହିଲ ଏବଂ ତାଙ୍କ ପତ୍ନୀ ରାଜନୀତ ଗତ ୧୪ ଏପ୍ରିଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଦୁଇଜଣ ତାଙ୍କ ପୁଅର ନାମ ସହାରାଜ ରଖିଛନ୍ତି । ଏହାର ସୂଚନା ସାହିଲ ଆନନ୍ଦ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସାହିଲ ରାଜନୀତଙ୍କୁ ୨୦୧୧ ଡିସେମ୍ବରରେ ବିବାହ କରିଥିଲେ । ବିବାହର ୯ ବର୍ଷ ପରେ ଦୁଇଜଣ ବାପା-ମା ହୋଇଛନ୍ତି ।

ବାପା ହୋଇଥିବା ଖୁସିରେ ସାହିଲ ନିଜର ଇନଷ୍ଟାଗ୍ରମ୍ ପୋଷ୍ଟରେ ଲେଖିଛନ୍ତି,’ ହାଏ ମୁଁ ସହରାଜ ଆନନ୍ଦ । ମୋର ଜନ୍ମ ୧୪ ଏପ୍ରିଲ୍ ୨୦୨୦ରେ ହୋଇଛି । ମୋତୋ ପାଇବା ପରେ ମୋ ବାପା-ମା ସାତ ଆକାସରେ ଅଛନ୍ତି । ମୁଁ ତାଙ୍କ ଲାଇଫରେ ସବୁଠାରୁ ବଡ ଗିପ୍ଟ । ସେ ମୋତେ କୋଳରେ ନେଇ ଗେଲ କରି ତାଙ୍କ ଭଲପାଇବା ବ୍ୟକ୍ତ କରୁଛନ୍ତି । ପ୍ରଥମରୁ ମୋ ଚାରିପାଖରେ ଢେରସାରା ଭଲପାଇବା । ମୁଁ ବହୁତ ଜୋରରେ ଚିଲୋଉଚି ଏବଂ ଶୋଉଛି । ମୁଁ ମୋର ଖାଇବା ପିଇବା, ଶୋଇବା ଏବଂ ହସିବା ଖୁବ୍ ଶୀଘ୍ର ଆପଣଙ୍କ ସହିତ ସେୟାର କରିବାକୁ ଉତ୍ସାହିତ ଅଛି ।’

ସାହିଲ ଆନନ୍ଦ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସେ ତାଙ୍କ ପୁଅ ଆଙ୍ଗୁଠି ଧରିଥିବାର ଦେଖାଯାଇଛି । ସାହିଲଙ୍କ ପୋଷ୍ଟ ପରେ ଲୋକମାନେ ତାଙ୍କୁ ଶୁଭେତ୍ସା ଜଣାଉଛନ୍ତି ଏବଂ କମେଣ୍ଟ ମଧ୍ୟ ଦେଉଛନ୍ତି । ସାହିଲ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତି ସ୍ୱାଭାବିକ ହେବା ମାତ୍ରେ ସେ ନିଜ ପିଲାଙ୍କୁ ପରିବାର ସଦସ୍ୟଙ୍କ ସହ ପରିଚିତ କରାଇବେ । ଆଜିକାଲି ସାହିଲଙ୍କ ପରିବାର ଚଣ୍ଡିଗଡ଼ରେ ରହୁଛନ୍ତି ଏବଂ ସେ ମୁମ୍ବାଇରେ ।

   Related Posts