ବିଛିନ୍ନାଂଚଳରେ ସହିଦ ସ୍ତମ୍ଭ ନିର୍ମାଣ କରି ସ୍ଥିତି ଜାହିର କଲେ ମାଓବାଦୀ

Published By : Prameya-News7 Bureau | January 13, 2019 IST

ମାଲକାନଗିରି ୧୩/୧ : ବିଛିନାଞ୍ଚଳରେ ସହିଦ ସ୍ଥମ୍ଭ ନିର୍ମାଣ କଲେ ନକ୍ସଲ | କିଛି ଦିନର ବ୍ୟବଧାନରେ ମାଲକାନଗିରିର ବିଛିନାଞ୍ଚଳରେ ପୁଣି ନକ୍ସଲ ମେଳି ଦେଖିବାକୁ ମିଳିଛି | ଏଣ୍ଡ୍ରାପଲି ନିକଟସ୍ଥ ଜଙ୍ଗଲରେ ନକ୍ସଲଙ୍କ ଏକ ବିଶାଳ ସମାବେଶ ହୋଇଥିବା ସୂଚନା ମିଳିଛି | କମ୍ରେଡ ମିନାଙ୍କ ସ୍ମୃତି ଉଦେଶ୍ୟରେ ନକ୍ସଲଙ୍କ ମେଳି ହୋଇଥିବାବେଳେ ସହିଦ ସ୍ତମ୍ଭ ମଧ୍ୟ ନିର୍ମାଣ କରିଛନ୍ତି ନକ୍ସଲ | ମାସକ ତଳେ ମାଲକାନଗିରି ପୋଲିସର ଏନକାଉଣ୍ଟରରେ ଟପ ମାଓ ନେତ୍ରୀ ମିନା ନିହତ ହୋଇଥିଲେ | ମିନା ବିଛିନାଞ୍ଚଳରେ ଡେପୁଟି କମାଣ୍ଡର ଭାବେ ଦାୟିତ୍ୱ ତୁଲାଉଥିଲେ | ତାଙ୍କ ମୃତ୍ୟୁରୁ ସଂଗଠନକୁ ଶକ୍ତ ଧକା ଲାଗିଥିଲା | ପୁଣି ଵାଲା ଜୁଟାଇବା ପାଇଁ ନକ୍ସଲମାନେ ବୈଠକ ଡାକିଥିଲେ | ଏହି ବୈଠକରେ ସୁଧୀର, ଅନିଲ, ରଣବୀରଙ୍କ ଭଳି ଟପ କ୍ୟାଡର ମାଓବାଦୀ ସାମିଲ ହୋଇଥିଲେ | ବିଛିନାଞ୍ଚଳର ଶତାଧିକ ନକ୍ସଲ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ | ଆଖପାଖ ଗ୍ରାମବାସୀଙ୍କୁ ମଧ୍ୟ ଏହି ବୈଠକରେ ଯୋଡ଼ା ଦେବା ପାଇଁ ଡକାଯାଇଥିଲା | ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ବୈଠକରେ ଉପସ୍ଥିତ ଲୋକଙ୍କୁ କୁହାଯାଇଥିଲା | ମିନାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବନାହିଁ ବୋଲି କ୍ୟାଡର ମାଓବାଦୀ କହିଥିଲେ | ମିନାଙ୍କ ଅବଦାନ ସମ୍ପର୍କରେ ମଧ୍ୟ ଲୋକଙ୍କୁ ବୁଝାଇଥିଲେ | ତାଙ୍କ ପଥକୁ ଅନୁସରଣ କରି କାମ କରିବାକୁ ନୂଆ ଭାବେ ଯୋଗ ଦେଇଥିବା ନକ୍ସଲଙ୍କୁ କୁହାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.