Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଥାନାରେ ପଶି ପୋଲିସକୁ ମାଡ ମାରିଥିବା ଘଟଣାରେ ଏବେ ଯାଏଁ ପୋଲିସର ହାତ ଖାଲି : ରାଜଧାନୀର ବିଭିନ୍ନ ଜାଗାରେ ଚଢ଼ାଉ ଜାରି

5/03/2019 at 12:27 PM

ଭୁବନେଶ୍ୱର ୫/୩ : ସହିଦ ନଗର ଥାନାରେ ପୋଲିସକୁ ମାଡ ମାରିବା ଘଟଣାରେ ବିଭିନ୍ନ ସ୍ଥାନରେ କମିଶନରେଟ ପୋଲିସ ଚଢ଼ାଉ କରିଛି | ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ | ସିସିଟିଭି ଫୁଟେଜକୁ ଆଧାର କରି ୫ଜଣଙ୍କୁ ଅଟକ ରଖିଛି ପୋଲିସ | ଗତକାଲି ୬ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ପୋଲିସ | ୬ ଜଣଙ୍କ ମଧ୍ୟରୁ ଜଣକୁ ପୋଲିସ କୋର୍ଟ ଚାଲାଣ କରିଛି |


ସୂଚନାଯୋଗ୍ୟ ଯେ, ରବିବାର ରାତିରେ ସହିଦ ନଗର ଥାନାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା | ପୋଲିସ ହେପାଜତରେ ଥିବା ୩ ଅଭିଯୁକ୍ତଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ପୋଲିସ ବାରଣ କରିବାରୁ ପୋଲିସ ଉପରେ ମଧ୍ୟ ଆକ୍ରମଣ କରଥିଲେ । ଦୁର୍ବୃର୍ତ୍ତଙ୍କ ଆକ୍ରମଣରେ ସହିଦ ନଗର ଥାନା ଆଇଆଇସିଙ୍କ ସମେତ ୪ ପୋଲିସ ଆହତ ହୋଇଥିଲେ । ଦୁର୍ବୁର୍ତ୍ତଙ୍କ ଆକ୍ରମଣରେ ଅଭୟ ରାଉତରାୟ ଗଭୀର ଆହତ ହୋଇଥିଲେ | ତାଙ୍କ ମୁଣ୍ଡରେ ୯ଟି ଷ୍ଟିଚ ପଡିଛି |


ଏନେଇ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ପୋଲିସ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ | ଗତକାଲି ଶିବରାତ୍ରି ପାଇଁ ପୋଲିସ ଫୋର୍ସ ଲିଙ୍ଗରାଜ ମନ୍ଦିରରେ ମୃତୟନ ଥିଲେ | ସେଥିପାଇଁ ଗତକାଲି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ | ସହିଦ ନଗର, ବିଏସଏସ ନଗର ଆଦି ଅଂଚଳରେ ପୋଲିସ ଚଢ଼ାଉ କରିଥିଲା | ପୋଲିସ ଥାନା ଭିତରେ ଏବଂ ବାହାରେ ସିସିଟିଭି ରହିଥିଲା | ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଦୁର୍ବୁର୍ତ୍ତଙ୍କ କାବୁ କରି ପଚରାଉଚୁରା କରୁଛି | କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ଧରି ପାରିନାହିଁ ପୋଲିସ | ଗତକାଲି ବିଜେପି ତରଫରୁ ବିଜେପି ଅଫିସ ଘେରାଉ କରାଯାଇଥିଲା | ପୋଲିସ ଯାଞ୍ଚ ଜାରି ରଖିଛି | ଆଜି ମଧ୍ୟ ଅନେକ ଜାଗାରେ ଚଢ଼ାଉ କରୁଛି କମିଶନରେଟ ପୋଲିସ |

   Related Posts