ସହିଦଙ୍କ ପରିବାର ପାଇଁ ବଢ଼ିଲା ଅନୁକମ୍ପା ରାଶି : ୨୫ ଲକ୍ଷ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

Published By : Prameya-News7 Bureau | February 16, 2019 IST

ଭୁବନେଶ୍ୱର ୧୬/୨ : ସହିଦଙ୍କ ପାଇଁ ରାଜ୍ୟ ସରକାର ଅନୁକମ୍ପା ରାଶି ବୃଦ୍ଧି କରିଛନ୍ତି | ଗତକାଲି ମୁଖ୍ୟମନ୍ତ୍ରୀ ସହିଦଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିଲେ | ତେବେ ଆଜି ସହିଦଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ଅନୁକମ୍ପା ରାଶି ୨୫ ଲକ୍ଷକୁ ବୃଦ୍ଧି କରିଛନ୍ତି | ଏଥିସହ ୨ ସହିଦ ମନୋଜ ବେହେରା ଓ ପ୍ରସନ୍ନ କୁମାର ସାହୁଙ୍କ ଗାଁକୁ ମଡେଲ ପଂଚାୟତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |

{"id":85742}

ସହିଦଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି | ୨ ସହିଦ ପାଠ ପଢିଥିବା ସ୍କୁଲକୁ ସେମାନଙ୍କ ନାଁରେ ନାମିତ କରିବ ପାଇଁ ମଧ୍ୟ ଘୋଷଣା କରିଛନ୍ତି | ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସହିଦଙ୍କ ପାର୍ଥିବ ଶରୀର ପହଂଚିବା ପରେ ହଜାର ହଜାର ଲୋକ ତାଙ୍କ ଶେଷ ଦର୍ଶନ କରିଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଂଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ଏକ ଶୋକାକୁଳ ପରିବେଶ ଭିତରେ ସହିଦଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ନିଜ ନିଜ ଗାଁକୁ ନିଆଯାଇଛି |

{"id":85743}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.