୬୨ତମ ପୋଲିସ ସହିଦ ଦିବସ ପାଳିତ, ସହିଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ

Published By : Prameya-News7 Bureau | October 21, 2021 IST

ବ୍ରହ୍ମପୁର ୨୧।୧୦: ଆଜି ୬୨ ତମ ପୋଲିସ ସହିଦ ପାଳିତ ହେଉଛି । ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହିଦମାନଙ୍କ ସ୍ମୃତିଚାରଣ କରିବା ସହ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

{"id":530735,"sizeSlug":"full","linkDestination":"none"}

ବ୍ରହ୍ମପୁର ଜିଲ୍ଲା ପୁଲିସ୍ ବାହିନୀ ଦ୍ୱାରା ଅନୁଷ୍ଠିତ ପ୍ୟାରେଡରେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗଦାନ କରି ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ ସିଆରପିଏଫର ସାହସୀ ଓ କର୍ତ୍ତବ୍ୟନିଷ୍ଠ ବୀର ଯବାନ ମାନେ ଲଦାଖ ଅଞ୍ଚଳକୁ ପଶି ଆସିଥିବା ସଶସ୍ତ୍ର ବାହିନୀ ସହିତ ସଂଘର୍ଷ କରି ମାତୃଭୂମି ପାଇଁ ପ୍ରାଣବଳି ଦେଇଥିଲେ । ଦେଶ ପାଇଁ ବୀର ଯବାନ ମାନଙ୍କ ମହନୀୟ ଆତ୍ମୋସର୍ଗ ପାଇଁ ପ୍ରତିବର୍ଷ ଅକ୍ଟୋବର ୨୧ କୁ "ସହିଦ୍ ସ୍ମାରକୀ ଦିବସ ରୂପେ ପାଳନ କରାଯାଉଛି । କର୍ତ୍ତବ୍ୟରତ ଆରକ୍ଷୀ ବନ୍ଧୁମାନେ ଦେଶ ଓ ଜାତି ପାଇଁ ସେମାନଙ୍କର ଜୀବନ ଉର୍ତ୍ସଗ କରିଛନ୍ତି । ସେମାନଙ୍କ ପାଇଁ ସ୍ମୃତି ଉଦ୍ଦ୍ୟେଶରେ ଏହି ଦିବସକୁ ସହିଦ୍ ସ୍ମାରକୀ ଦିବସ ରୂପେ ପାଳନ କରାଯାଉଛି ।

{"id":530737,"sizeSlug":"full","linkDestination":"none"}

ଏହି ଦିବସରେ ସେହି ପବିତ୍ର ଓ ମହାନ ଆତ୍ମାମାନଙ୍କୁ ମନେପକାଇବା ସଙ୍ଗେ ସଙ୍ଗେ ସେମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ତ୍ତବ୍ୟପଥରେ ଆଗେଇବା ବୋଲି ଉପ ମହାନିରୀକ୍ଷକ ଶ୍ରୀ ଭୋଇ ମତ ପ୍ରକାଶ କରିଥିଲେ । ଚଳିତ ବର୍ଷ ସାରା ଭାରତରେ ମୋଟ ୩୭୭ ଜଣ ପୋଲିସ ବନ୍ଧୁ ମାତୃଭୂମିର ସେବା କରି ତାଙ୍କ ଜୀବନକୁ ବଳିଦାନ ଦେଇଛନ୍ତି । ତାମଧ୍ୟରୁ ଆମ ରାଜ୍ୟର ୪ ପୁଲିସ ସହିଦ ହୋଇଛନ୍ତି । ଏହି ଦିବସ ଅବସରରେ ଶ୍ରୀ ଭୋଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ  ବାର୍ତା ପାଠ କରିବା ସହ ସହିଦ ହୋଇଥିବା ବୀର ମାନଙ୍କ ନାମ ମଧ୍ୟ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ ପି ପ୍ରଭାତ ଚନ୍ଦ୍ର ରାଉତ ରାଏ , ପ୍ରଶାନ୍ତ କୁମାର ମିଶ୍ର , ଟାଉନ୍ ଏସ୍ ଡିପିଓ ବିଷ୍ଣୁ ପ୍ରସାଦ ପତି , ସଦର ଏସ୍ ଡିପିଓ ଜୟନ୍ତ ମହାପାତ୍ର ,ଚିକିଟି ଏସଡ଼ିପିଓ,ରିଜର୍ଭ ପୁଲିସ୍ କାର୍ଯ୍ୟାଳୟର ଇନ୍ସପେକ୍ଟର ଦିଲ୍ଲୀପ କୁମାର ବେହେରା  ଓ ସମସ୍ତ ଥାନା ଅଧିକାରୀଙ୍କ ସହ ହାବିଲଦାର ଓ କନେଷ୍ଟବଳ ସଙ୍ଘ ର ସଭାପତି କାଳି ଚରଣ ଷଡଙ୍ଗୀ ,ସମ୍ପାଦକ କେ .ଶ୍ରୀନିବାସ ପାତ୍ର ଉପସ୍ଥିତ ରହି ଦେଶ ପାଇଁ ସହିଦ ହୋଇଥିବା ବୀରମାନ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ସୃତି ଚାରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.