ମାଷ୍ଟର ବ୍ଲାଷ୍ଟରଙ୍କ ବ୍ୟାଟରେ ବୁମ୍ ବୁମ୍ ଆଫ୍ରିଦିଙ୍କ କମାଲ, ୩୭ ବଲ୍‌ରେ ସେଞ୍ଚୁରୀ

Published By : Prameya-News7 Bureau | August 04, 2020 IST

ଲାହୋର, ୦୪|୦୮: ପାକିସ୍ତାନର ପୂର୍ବତନ ବ୍ୟାଟସମ୍ୟାନ୍ ସାହିଦ ଆଫ୍ରିଦି ୩୭ ବଲ୍‌ରୁ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ । ପ୍ରାୟ ୧୮ ବର୍ଷ ଧରି ଏହି ରେକର୍ଡ ଅତୁଟ ରହିଥିଲା । ପରେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ ଏବି ଡିଭିଲର୍ସ ଏହି ରେକର୍ଡ ଭାଙ୍ଗିଥିଲେ  । ସେ ୩୧ ବଲ୍‌ରୁ ଶତକ ଅର୍ଜନ କରିଥିଲେ ।

ଆଫ୍ରିଦି ଶ୍ରୀଲଙ୍କା ବିପକ୍ଷରେ ୪୦ ବଲରୁ ୧୦୪ ରନର ପାଳି ଖେଳିଥିଲେ । କିନ୍ତୁ ଅଧିକାଂଶ ଜାଣି ନାହାଁନ୍ତି ଯେ ଆଫ୍ରିଦି ଏହି ଇନିଂସ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ବ୍ୟାଟରେ ଖେଳିଥିଲେ । ଏହି ବ୍ୟାଟ୍ ସଚିନ ଓ୍ୱକାର ୟୁନିସଙ୍କୁ ଉପହାରରେ ପ୍ରଦାନ କରିଥିଲେ । ଏହି ପାଳି ପରେ ଆଫ୍ରିଦି ବ୍ୟାଟସମ୍ୟାନ୍ ଭାବେ ପରିଚୟ ପାଇଥିଲେ । ପୂର୍ବରୁ ସେ ବୋଲିଂ କରୁଥିଲେ ।

୧୯୯୬ରେ ଆଫ୍ରିଦି ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ସେହି ସମୟରେ ଶ୍ରୀଲଙ୍କା ଖେଳାଳି ସନତ ଜୟସୂରିୟା ଓ କୁଲବିଥାରମଣଙ୍କୁ ଦୁର୍ଦ୍ଦଶ ବ୍ୟାଟସମ୍ୟାନ୍ କୁହାଯାଉଥିଲା । ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚରେ ପାକିସ୍ତାନର ସ୍କୋର ଗୋଟିଏ ଓ୍ୱିକେଟରେ ୬୦ ରନ୍ କରିଥିଲା । ଏହାପରେ ୩ ନମ୍ବର ସ୍ଥାନରେ ଆଫ୍ରିଦିଙ୍କୁ ପଠାଯାଇଥିଲା । ଆଫ୍ରିଦି ୧୧ ଛକା ଓ ୬ ଚୌକା ବଳରେ ୩୭ ବଲରୁ ଶତକ ପୂରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.