ଆଫ୍ରିଦିଙ୍କ ଅସଲି ଚେହେରା: ସଭାରେ ଗରିବ ଲୋକଟିକୁ ଗାଳିକଲେ, ସୁରକ୍ଷାକର୍ମୀ ଲଗାଇ ତଡିଲେ, ଦେଖନ୍ତୁ ଭିଡିଓ
6/06/2020 at 5:03 PM

ଲାହୋର, ୦୬|୦୬: ଗତ କିଛି ଦିନ ଧରି ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦି ଲଗାତାର ଭାବେ ଭାରତ ବିରୋଧି ବୟାନ ଦେଉଛନ୍ତି ।ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ । ଏପରିକି କାଶ୍ମୀର ପ୍ରସଙ୍ଗରେ ମଧ୍ୟ ସେ ଅଯଥା ମୁଣ୍ଡ ଖେଳାଇଥିଲେ । ଏହା ପରେ ଅନେକ ଭାରତୀୟ କ୍ରିକେଟର ଆଫ୍ରିଦିଙ୍କୁ ସମାଲୋଚନା କରିଥିଲେ । ଏବେ ସେ ପାକିସ୍ତାନ ଜନତାଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଛବି ତିଆରି କରିବାକୁ ଚେଷ୍ଟା କରୁଛନ୍ତି ।
ଆଫ୍ରିଦି ପିଓକେବାସୀଙ୍କୁ ଭାରତ ବିରୋଧରେ ଉସକାଇବା ସହ ରାସନ ମଧ୍ୟ ବାଣ୍ଟିଥିଲେ । ଏବେ ସୋସିଆଲ ମିଡିଆରେ ଆଫ୍ରିଦିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, କରୋନା ଆତଙ୍କ ମଧ୍ୟରେ ଆଫ୍ରିଦି ସାମାଜିକ ଦୂରତା ପାଳନ ନକରି ଭାଷଣ ଦେଉଛନ୍ତି । ସେହି ସମୟରେ ଏକ ଗରିବ ବ୍ୟକ୍ତି ଆଫ୍ରିଦିଙ୍କ ନିକଟକୁ ଯାଇଥିଲେ । ସେ ଆଫ୍ରିଦିଙ୍କ ସହ ପଟୋ ଉଠାଇବାକୁ ଚାହିଁଥିଲେ । କିନ୍ତୁ ଆଫ୍ରିଦି ନିଜ ଭାଷଣକୁ ଅଧାରେ ଅଟକାଇ ସେହି ବ୍ୟକ୍ତିଙ୍କୁ ଗାଳି କରିଥିଲେ । ତାଙ୍କର ସୁରକ୍ଷାକର୍ମୀମାନେ ଗରିବ ଲୋକଟିକୁ ସେଠାରୁ ତଡି ଦେଇଥିଲେ । ଏହାପରେ ଆଫ୍ରିଦିଙ୍କୁ ଟ୍ରୋଲ୍ କରାଯାଉଛି ।