ସାହିଦଙ୍କୁ ଖୁସି କରି ପାରିଲେନି ସାହିନ, କହିଲେ- 'ମୋ ଭାବି ଜ୍ୱାଇଁର ବୁଦ୍ଧି ନାହିଁ'

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ ୧୩/୧୧: ଟି୨୦ ବିଶ୍ୱକପ ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଛି ପାକିସ୍ତାନ । ଏହାସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ତେବେ ମୁକାବିଲାରେ ନିଜ ଭାବି ଜ୍ୱାଇଁ ସାହିନ ଆଫ୍ରିଦିଙ୍କ ପ୍ରଦର୍ଶନରେ ଖୁସି ନାହାଁନ୍ତି ପୂର୍ବତନ ଖେଳାଳି ସାହିଦ ଆଫ୍ରିଦି ।

ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ହାଇ ଭୋଲଟେଜ୍ ମୁକାବିଲାରେ ପାକିସ୍ତାନଠୁ ବିଜୟ ଛଡାଇ ନେଇଥିଲା  କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ମାଥ୍ୟୁ ଓ୍ୱେଡ୍ ୧୯ ତମ ଓଭର ଶେଷ ୩ ବଲରେ ହାଟ୍ରିକ୍ ଛକା ମାରିଥିଲେ । ସେହି ସମୟରେ ବୋଲିଂ କରୁଥିଲେ ସାହିନ୍ ଆଫ୍ରିଦି । ଓ୍ୱେଡ୍ ୧୭ ବଲରୁ ଦୁଇ ଚଉକା ଓ ୪ ଛକା ସାହାଯ୍ୟରେ ୪୧ ରନ୍ କରିଥିଲେ ।

wp:html /wp:html

ସାହିନଙ୍କ ପ୍ରଦର୍ଶନଙ୍କୁ ନେଇ ଭାବି ଶ୍ୱଶୂର ସାହିଦ ଆଫ୍ରିଦି ଏକ ଟିଭି ସାକ୍ଷାତକାରରେ କହିଛନ୍ତି ଯେ, ସେ ସାହିନଙ୍କ ପ୍ରଦର୍ଶନରେ ଖୁସି ନାହାଁନ୍ତି । ହାସନ ଅଳ୍ଲୀ ଏକ କ୍ୟାଚ୍ ଛାଡିଥିଲେ  । ସେହିପରି ସାହିନ୍ ଲଗାତର ତିନୋଟି ଛକ୍କା ଖାଇଥିଲେ । ତାଙ୍କ ପାଖରେ ଗତି ଥିଲା  ।  କିନ୍ତୁ ସେ ବୁଦ୍ଧି ପ୍ରୟୋଗ କଲେ ନାହିଁ । ସେ ଅଫ୍ ଷ୍ଟମ୍ପ୍ ବାହାରେ ୟର୍କର ପକାଇବା ଆବଶ୍ୟକ ଥିଲା । କିନ୍ତୁ ସେ ଠିକ୍ ବୋଲିଂ କରିପାରିଲେ ନାହିଁ ।

ସୂଚନାଯୋଗ୍ୟ, ସାହିନ୍ ଆଫ୍ରିଦି ଅଷ୍ଟ୍ରେଲିଆ ପାଳିର ପ୍ରଥମ ଓଭର ଦ୍ୱିତୀୟ ବଲରେ ଆରୋନ ଫିଞ୍ଚଙ୍କୁ ଆଉଟ୍ କରିଥିଲେ । କିନ୍ତୁ ଶେଷ ଓଭରରେ ୨୨ ରନ୍ ଦେଇ ଦଳର ପରାଜୟରେ ଖଳନାୟକ ପାଲଟିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.