ମୋଦୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଲେ ସାହିଦ ଆଫ୍ରିଦି, କହିଲେ ଭାରତର ପ୍ରଧାନମନ୍ତ୍ରୀ ଭୟଭୀତ

Published By : Prameya-News7 Bureau | May 17, 2020 IST

ଲାହୋର, ୧୭|୦୫:  ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ସଦାବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି । ପିଓକେରେ ଆଫ୍ରିଦି ମୋଦୀଙ୍କ ବିରୋଧରେ ଏପରି କିଛି କହିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ ପାଇଛି ।

ସାହିଦ ଆଫ୍ରିଦି ମୋଦୀଙ୍କ ବିରୋଧରେ ଅତି ଆପତ୍ତିଜନକ ମନ୍ତବ୍ୟ ଦେଇ କହିଛନ୍ତି ଯେ, କରୋନାଠୁ ବଡ ରୋଗ ମୋଦୀଙ୍କ ହୃଦୟ ଓ ମୁଣ୍ଡରେ ରହିଛି । ସେ କେବଳ କାଶ୍ମୀରକୁ ନେଇ ରାଜନୀତି କରୁଛନ୍ତି । କାଶ୍ମୀର ଭାଇ ଓ ଭଉଣୀ ଏବଂ ବୃଦ୍ଧଙ୍କ ପ୍ରତି ଅତ୍ୟାଚାର କରାଯାଉଛି ବୋଲି ସେ କହିଛନ୍ତି । ଏହାର ଜବାବ ମୋଦୀ ଦିଅନ୍ତୁ ବୋଲି ଆଫ୍ରିଦି କହିଛନ୍ତି । ପିଓକେରେ ଏକ ରାଲିକୁ ସମ୍ବୋଧନ କରି ସେ ଏହା କହିଛନ୍ତି ।

wp:core-embed/twitter {"url":"https://twitter.com/Punitspeaks/status/1261757106564198400?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1261757106564198400\u0026ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-shahid-afridi-controversial-statement-on-pm-modi-called-him-more-dangerous-than-coronavirus-3122638.html","type":"rich","providerNameSlug":"twitter","className":""}
https://twitter.com/Punitspeaks/status/1261757106564198400?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1261757106564198400&ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-shahid-afridi-controversial-statement-on-pm-modi-called-him-more-dangerous-than-coronavirus-3122638.html
/wp:core-embed/twitter

ଆଫ୍ରିଦିଙ୍କ ଏକ ଭିଡିଓ ସୋସିଆଳ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସେ କହିଛନ୍ତି ଯେ, ମୋଦୀ ସାହସୀ ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପ୍ରକୃତରେ ସେ ଭୟଭୀତ । ମୋଦୀ କାଶ୍ମୀରରେ ୭ ଲକ୍ଷ ସୈନିକ ମୁତୟନ କରିଛନ୍ତି । ପାକିସ୍ତାନର ମୋଟ ସୈନିକଙ୍କ ସଂଖ୍ୟା ଏତିକି ଅଟେ ।

ଏହା ପ୍ରଥମ ଥର ନୁହେଁ ଯେ ଆଫ୍ରିଦି ମୋଦୀଙ୍କ ପ୍ରତି ଏପରି ଶବ୍ଦ ପ୍ରୟୋଗ କରିଛନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ବିବଦୀୟ ବୟାନ ଦେଇସାରିଛନ୍ତି । ମୋଦୀ ସରକାରରେ ଥିବା ଯାଏଁ ଭାରତ-ପାକିସ୍ତାନ କ୍ରିକେଟ ସିରିଜ ଆରମ୍ଭ ହେବ ନାହିଁ ବୋଲି ସେ ନିକଟରେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.