ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର

Published By : Prameya-News7 Bureau | April 20, 2021 IST

ପୁରୀ ୨୦।୪: କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହେବ ପୁରୀର ପ୍ରସିଦ୍ଧ ସାହିଯାତ ।  ସାହିଯାତର ସମସ୍ତ ନୀତିକାନ୍ତିକୁ ପାଳନ କରାଯିବା ପାଇଁ ଉଦ୍ୟମ କରାଯିବ। ସର୍ବନିମ୍ନ ୨୦ରୁ ୨୫ଜଣଙ୍କୁ ଯାତ୍ରାରେ ସାମିଲ ହେବା ପାଇଁ ଅନୁମତି ପତ୍ର ଦେବେ ଉପଜିଲ୍ଲାପାଳ ।  ତେବେ କୌଣସି ପ୍ରକାର ଶୋଭାଯାତ୍ରାକୁ ସାହିଯାତ ସମୟରେ ଅନୁମତି ଦିଆଯିବ ନାହିଁ ।

{"id":441130,"width":839,"height":461,"sizeSlug":"large","linkDestination":"none"}

ମଙ୍ଗଳବାର ପୁରୀର ବିଭିନ୍ନ ସାହିର ସଭାପତି, ସମ୍ପାଦକ, ବୁଦ୍ଧିଜୀବୀ ଓ ସେବାୟତଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।  ତେବେ ଚନ୍ଦନଯାତ୍ରା କିଭଳି ପାଳନ କରାଯିବ ତାହା ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.