ଐତିହାସିକ ଜାମା ମସଜିଦ୍‌ର ମରାମତି ଲାଗି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଶାହି ଇମାମ

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୬।୬: ଦିଲ୍ଲୀ ଜାମା ମସଜିଦ୍‌ ଶାହି ଇମାମ ଶୟଦ ଅହମ୍ମଦ ବୁଖାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିବେଦନରେ ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ (ଏଏସଆଇ)ଙ୍କୁ ଐତିହାସିକ ମଜଜିଦ୍‌ର ନିରକ୍ଷଣ ଓ ଆବଶ୍ୟକ ମରାମତି ଲାଗି ନିର୍ଦ୍ଦେଶ ଦେବାକୁ କହିଛନ୍ତି। ଦିଲ୍ଲୀରେ ଗତ ଶୁକ୍ରବାର ହୋଇଥିବା ଝଡ଼ ବର୍ଷାରେ ସପ୍ତଦଶ (୧୭) ଶତାବ୍ଦୀର ଏହି ସ୍ମାରକକୁ କ୍ଷତିଗ୍ରସ୍ତ କରିଛି। ଏଥିରେ ମସଜିଦ୍‌ର ମିନାର କ୍ଷତିଗ୍ରସ୍ତ ହୋଇଛି। ଶାହି ଇମାମ ରବିବାର ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିବା ବେଳେ  ମସଜିଦର ରକ୍ଷଣାବେକ୍ଷଣ ଓ ମରାମତି ଲାଗି ଜରୁରି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖା ଯାଇଥିବା ପତ୍ରରେ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ଦିଲ୍ଲୀର ଜାମା ମସଜିଦକୁ ନିହାତି ମରାମତିର ଆବଶ୍ୟକତା ଥିବା ଉଲ୍ଲେଖ କରିଛନ୍ତି।  ଏହାର ଅନେକ ପଥର ନଷ୍ଟ ହୋଇଯାଇଥିବା ବେଳେ ଏଥିରୁ ଖସିପଡୁଛି। ଶୁକ୍ରବାର ଝଡ଼ବର୍ଷାରେ ମିନାରରୁ ପଥର ଖସିଥିଲା। ତେବେ ରାଜଧାନୀରେ ଲକଡାଉନ ଯୋଗୁ ସେପରି କୌଣସି ଧନଜୀବନ ହାନୀର ପରିସ୍ଥିତି ଉପୁଜି ନାହିଁ। ଏପରି କୌଣସି ପରିସ୍ଥିତି ଉପୁଜିବା ପୂର୍ବରୁ ଏହାର ମରାମତି ଲାଗି ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଶାହି ଇମାମ ନିବେଦନ କରିଛନ୍ତି।

{"id":462429,"sizeSlug":"large","linkDestination":"none"}

ମୋଗଲ ବାଦଶାହ ସାହାଜାହାନ୍‌ ୧୬୫୬ ମସିହାରେ ଜାମା ମସଜିଦର ନିର୍ମାଣ କରାଇଥିଲେ। ତେବେ ଏହି ସ୍ମାରକ ଏଏସଆଇଙ୍କ ସଂରକ୍ଷିତ ସ୍ମାରକ ଶ୍ରେଣୀରେ ନାହିଁ। ଅତୀତରେ ହୋଇଥିବା ବିଶେଷ ପରିସ୍ଥିତିରେ ପ୍ରତ୍ନତତ୍ୱ ବିଭାଗ ଏହାର ମରାମତି କରିଛନ୍ତି। ହେଲେ ଏବେ ମସଜିଦ ତୁରନ୍ତ ମରାମତି ଆବଶ୍ୟକ କରୁଛି। ଯଦି ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣକୁ ଏହାର ନିରିକ୍ଷଣ ଆଦେଶ ଦିଅନ୍ତି ତେବେ ଆମ୍ଭେ କୃତଜ୍ଞ ହେବୁ ବୋଲି ଶାହି ଇମାମ ପତ୍ରରେ ଉଲ୍ଲେଖ କରିଛନ୍ତି।

ଗତ ୫୦ ବର୍ଷ ହେଲା ଏହି ମସଜିଦର ରକ୍ଷଣାବେକ୍ଷଣ ହୋଇ ନାହିଁ। ତେବେ ବିଶେଷଜ୍ଞଙ୍କ ଦ୍ୱାରା ମସଜିଦର ନିରିକ୍ଷଣ ଏବେ ଜରୁରି। କେବେ କେବେ ମସଜିଦର ମରାମତି ହୋଇଛି। ତେବେ ଆବଶ୍ୟକତା ଅନୁସାରେ ବିଶେଷଜ୍ଞଙ୍କ ଦ୍ୱାରା ମସଜିଦ୍‌ର ନିରିକ୍ଷଣ କରାଯିବା ଏବେ ଜରୁରି ବୋଲିଶାହି ଇମାମ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ମସଜିଦର ରକ୍ଷାଣାବେକ୍ଷଣ ଦାୟିତ୍ୱ ଦିଲ୍ଲୀ ୱାକଫ ବୋର୍ଡଙ୍କ ଉପରେ ନ୍ୟସ୍ତ। ତେବେ ଶାହି ଇମାମ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ମସଜିଦର ମରାମତି ନିମନ୍ତେ ନିବେଦନ କରିଛନ୍ତି। ତେବେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.