ଶୁଟିଂର ପ୍ରଥମ ଦିନ କାନ୍ଦିଥିଲେ ଅଭିନେତ୍ରୀ ସହେର ବାମ୍ବା, କରନ ଦେଓଲଙ୍କ ହିରୋଇନ୍‌ ଖୋଲିଲେ ବହୁ ଗୁମର …

Published By : Prameya-News7 Bureau | September 06, 2019 IST

ମୁମ୍ବାଇ୬|୯: ସହେର ବାମ୍ବା ନିଜ ଡେବ୍ୟୁ ଫିଲ୍ମ ପଲ ପଲ ଦିଲ କେ ପାସ ମୁକ୍ତିଲାଭ ନେଇ ସେ ବେଶ ଉତ୍ସାହିତ। “ପଲ ପଲ ଦିଲ କେ ପାସ” ଚଳଚ୍ଚିତ୍ରରୁ ସହେର ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସହେରଙ୍କ ବିପକ୍ଷରେ ସନ୍ନୀ ଦେଓଲଙ୍କ ପୁଅ କରନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

{"id":153791}

ଏକ ସାକ୍ଷାତକାରରେ ସେହେରଙ୍କୁ ଫିଲ୍ମ ସମ୍ବନ୍ଧୀୟ କିଛିଟା ପ୍ରଶ୍ନ ପଚାରାଯାଇଥିଲା। ଫିଲ୍ମ ଶୁଟିଂ ସମୟରେ କରନଙ୍କୁ କିସିଂ ସିନ୍‌ କରିବାରେ ବହୁତ କଷ୍ଟ ହୋଇଥିଲା। ତେବେ ସହେରଙ୍କୁ କଷ୍ଟ ହୋଇଥିଲା ନା ନାହିଁ ତାଙ୍କୁ ପଚାରାଯାଇଥିଲା।

{"id":153793,"width":566,"height":801}

ତେବେ ଏହି ପ୍ରଶ୍ନର ଉତ୍ତର ଦେବା ବେଳେ ସହେର କହିଥିଲେ ଯେ, ତାଙ୍କ ପାଇଁ ସବୁକିଛି ବହୁତ କଷ୍ଟକର ଥିଲା। ସେ ଭାବିଥିଲେ ଯେ, ଶିମଲାର ଝିଅ ହୋଇଥିବାରୁ ତାଙ୍କ ପାଇଁ ପାହାଡ ଚଢିବା ବହୁତ ସହଜ ହେବ। ହେଲେ ଶୁଟିଂ ପାଇଁ ଫିଲ୍ମ ନିର୍ଦ୍ଦେଶକ ସନୀ ଦେଓଲ ଏମିତି ଲୋକେସନ ବାଛିଥିଲେ ଯେ, ତାଙ୍କ ବେଣ୍ଡ ବାଜିଯାଉଥିଲା।

{"id":153794,"width":556,"height":558}

ସକାଳ ୩ଟାରେ ଉଠି  ପାହାଡ ଚଢିବା ବହୁତ କଷ୍ଟକର ଥିଲା। ଗୋଟେ ସିନ୍‌ ପାଇଁ ସେମାନଙ୍କୁ ଗ୍ଲାସିୟରର ପାଣିରେ ଓହ୍ଲାଇବାକୁ ପଡିଥିଲା। ଶୁଟିଂ ସମୟରେ ୮-୯ ଘଣ୍ଟା ପାହାଡ ଚଢୁଥିଲେ।

{"id":153795,"width":554,"height":830}

ସେହେର ଅଭିନେତ୍ରୀ ହେବା ପାଇଁ ମୁମ୍ବାଇ ଯାଇଥିଲେ। ପ୍ରଥମେ ସେ ନିଜ ପାଠପଢା ସାରିବା ପାଇଁ କଲେଜରେ ଆଡମିସନ ନେଇଥିଲେ। ଚର୍ଚ୍ଚ ଗେଟର ଲୋକାଲ ଟ୍ରେନରେ ସେ ଯିବା ଆସିବା କରୁଥିଲେ। ଅନ୍ଧେରୀର ଆରାମନଗର ଅଞ୍ଚଳରେ ପ୍ରାୟ ଅଡିଶନ ଦେଉଥିଲେ।

{"id":153800}

ପଲ ପଲ ଦିଲ କେ ପାସ ଫିଲ୍ମ ପାଇଁ ସକାଳ ୫ଟାରେ ଉଠି ଅଡିଶନ ଦେବାକୁ ଆସିଥିଲେ। ତେବେ ସିଲେକ୍ସନ ହେବା ପରେ ଜଣା ପଡିଥିଲା ଯେ, ଫିଲ୍ମରେ ସେ ଜଣେ ଫୁଡ ବ୍ଲଗର ଭୂମିକାରେ ଅଭିନୟ କରିବେ।

{"id":153798}

ସହେର ପିଲାବେଳୁ ନାଚଗୀତରେ ଖୁବ ସଉକ ରଖଥିଲେ। ପରିବାର ଲୋକେ ସବୁବେଳେ ତାଙ୍କୁ କୁହୁଥିଲେ ଯେ, ସେ ବଡ ହୋଇ ଅଭିନେତ୍ରୀ ହେବେ। ହେଲେ ସବୁଠୁ ଅଧିକ ତାଙ୍କୁ ତାଙ୍କ ମାଁ ପ୍ରତ୍ସାହିତ କରୁଥିଲେ। ପରିବାର ଲୋକଙ୍କ ସପୋର୍ଟ ନଥିଲେ ସେ କେବେ ବି ଏହି ସ୍ଥାନରେ ପହଞ୍ଚିପାରିନଥାନ୍ତେ।

{"id":153799}

ଫିଲ୍ମରେ ଏମିତି ଏକ ସିନ୍‌ ଅଛି ଯାହା ସେ କେବେ ଭୁଲିପାରିବେ ନାହିଁ ବୋଲି କହିଥିଲେ। ଗୋଟେ ସିନ୍‌ରେ ତାଙ୍କୁ ବହୁତ ଜୋର୍‌ ଦୌଡିବା ପାଇଁ କୁହାଯଯାଇଥିଲା। ଏହା ସହ ଚେହେରାରେ ହାଲିଆ ହେବାର ଭାବ ଆଣିବା ପାଇଁ କୁହାଯାଇଥିଲା।

{"id":153801}

ସେ ଦୌଡିପାରୁଥିଲେ ହେଲେ ଚେହେରାରେ ସେହି ଭାବ ଆସୁନଥିଲା। ସକାଳରୁ କାମ କରି କରି ଲଂଚ ବ୍ରେକ ହୋଇଯାଇଥିଲା ହେଲେ ତାଙ୍କ ସଟ୍‌ ଓକେ ହୋଇନଥିଲା। ସେ ଅଲଗା ହୋଇ କାନ୍ଦିବାକୁ ଲାଗିଲେ। ତାଙ୍କ ମାଆଙ୍କୁ ଫୋନ୍‌ କରି ନିରାଶ ହୋଇଥିଲେ।

{"id":153802,"width":580,"height":326}

ହେଲେ ନିର୍ଦ୍ଦେଶକ ସନୀ ଦେଓଲ ବାରମ୍ବାର ସେହି ସୋଟ୍‌ ନେଇ ଶେଷରେ ଓକେ କରିଥିଲେ। ଏହା ପରେ ହିଁ ସେ ପ୍ରଥମ ଥର ପାଇଁ ନିଜକୁ ମନିଟର ସ୍କ୍ରିନରେ ଦେଖିବାକୁ ପାଇଥିଲେ। ଫିଲ୍ମ ପାଇଁ ସମସ୍ତେ ବହୁତ ଅଧିକ ପରିଶ୍ରମ କରିଛନ୍ତି ବୋଲି ସହେର କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.