Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ରାଜନୀତିକୁ ଓହ୍ଲାଇଲେ କାର୍ଗିଲ ଯୁଦ୍ଧରେ ସହୀଦ ହୋଇଥିବା ମେଜରଙ୍କ ପତ୍ନୀ : ଆମ ଆଦମୀ ପାର୍ଟିରେ ହେଲେ ସାମିଲ

4/04/2019 at 1:05 PM

କାନପୁର ୪/୪ : ଶାଳିନୀ ସିଂହ ମଙ୍ଗଳବାର ଦିନ ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି | କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ମେଜର ଅବିନାଶ ସିଂହଙ୍କ ପତ୍ନୀ ହେଉଛନ୍ତି ଶାଳିନୀ | ଶାଳିନୀଙ୍କ ଶ୍ୱଶୁରଘର କାନପୁର ଅନ୍ତର୍ଗତ ଗୋବିନ୍ଦ ନଗରରେ | ସ୍ୱାମୀ ସହିଦ ହେବାପରେ ଠାରୁ ଶାଳିନୀ ଦିଲ୍ଲୀରେ ରହୁଛନ୍ତି | ଗତ ମଙ୍ଗଳବାର ଦିନ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହଙ୍କ ଉପସ୍ଥିତିରେ ଶାଳିନୀ ଆପରେ ସାମିଲ ହୋଇଥିଲେ |


ଶାଳିନୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଦେଶସେବା କରି ସହିଦ ହୋଇଛନ୍ତି | ସେ ନିଜେ ମଧ୍ୟ ପୂର୍ବରୁ ସେନାରେ ଥାଇ ଦେଶ ସେବା କରିସାରିଛନ୍ତି | ବର୍ତ୍ତମାନ ସେ ରାଜନୀତିରେ ପାଦ ଦେଇ ଦେଶବାସୀଙ୍କ ସେବା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି |


ଗତ ୪ ବର୍ଷ ମଧ୍ୟରେ ଦିଲ୍ଲୀରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହୋଇଛି ବୋଲି କହିଛନ୍ତି ଶାଳିନୀ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ବିଜୁଳି, ପାଣି ଇତ୍ୟାଦି କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି | ତାଙ୍କ ତୁଳନାରେ ଦେଶର ଅନ୍ୟ କୌଣସି ସରକାର ସେହିଭଳି ଉନ୍ନତି କରିପାରିନାହାନ୍ତି | ଦଳର ଏହିସବୁ ସକାରାତ୍ମକ ନୀତିରୁ ପ୍ରଭାବିତ ହୋଇ ସେ ଆପରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି |


ଶାଳିନୀ ସିଂହ ମହିଳା ସଶକ୍ତିକରଣର ଏକ ଜୀବନ୍ତ ଉଦାହରଣ | ଶାଳିନୀଙ୍କ ସ୍ୱାମୀ ମେଜର ଅବିନାଶ ସିଂହ ୨୦୦୧ ମସିହାରେ ସହିଦ ହୋଇଥିଲେ | ସେତେବେଳେ ଶାଳିନୀଙ୍କ ବୟସ ମାତ୍ର ୨୩ ବର୍ଷ ଥିଲା | ଉଭୟଙ୍କ ଏକ ପୁଅ ଥିଲା | ମେଜରଙ୍କ ମୃତ୍ୟୁ ବେଳକୁ ପୁଅକୁ ୨ ବର୍ଷ ବୟସ ହୋଇଥିଲା | ଅବିନାଶ ସିଂହ ସହିଦ ହେବାପରେ ଶାଳିନୀ ଭାରତୀୟ ସେନାରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ | ୩ ମାସ ପରେ ସର୍ଟ ସର୍ଭିସ କମିଶନ ହିସାବରେ ତାଙ୍କର ଚୟନ କରାଯାଇଥିଲା | ପତିଙ୍କ ମୃତ୍ୟୁର ବର୍ଷେ ପରେ ତାଙ୍କୁ କୀର୍ତ୍ତି ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା | ରାଷ୍ଟ୍ରପତି ଏ.ପି.ଯେ.ଅବଦୁଲ କାଲାମଙ୍କ ଠାରୁ ସେନା ପୋଷାକ ପିନ୍ଧି ଶାଳିନୀ ପତିଙ୍କ କୀର୍ତ୍ତି ଚକ୍ର ସମ୍ମାନ ଗ୍ରହଣ କରିଥିଲେ | ସେ ମୁହୂର୍ତ୍ତ ତାଙ୍କ ପାଇଁ ଗର୍ବର ମୁହୂର୍ତ୍ତ ଥିଲା |


୨୦୧୭ ମସିହାରେ କ୍ୟାପଟେନ ଶାଳିନୀ ଶ୍ରୀମତୀ ଇଣ୍ଡିଆ କ୍ୱିନ ପୁରସ୍କାର ପାଇଥିଲେ | ସେ ପ୍ରଥମ ଭାରତୀୟ ମହିଳା ଯିଏକି ସିଙ୍ଗଲ ପେରେଣ୍ଟ କାଟାଗୋରିରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ‘ମିସ ଆର୍ଥ’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରି ଜିତିଥିଲେ |


ଶାଳିନୀ ଏକ ସଡକ ଦୁର୍ଘଟଣାରେ ଆଘାତ ହୋଇଥିଲେ | ସେ ଭବିଷ୍ୟତରେ ଚାଲି ନପାରନ୍ତି ବୋଲି ମଧ୍ୟ ଡାକ୍ତର କହିଥିଲେ | କିନ୍ତୁ ବର୍ଷେ ପରେ ସେ ପୁଣି ଚାଲିବା ଆରମ୍ଭ କରିଥିଲେ |

   Related Posts