Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ସହିଦଙ୍କ ପତ୍ନୀ କହିଲେ ସ୍ୱାମୀଙ୍କ ଶବ ଦେଖିବାକୁ ଦିଅ, ଏହାପରେ ଚୁଡ଼ି ଭାଙ୍ଗିବି

17/02/2019 at 2:53 PM

ଭାଗଲପୁର ୧୭/୨ : ପୁଲୱାମା ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ରତନ ସିଂଙ୍କ ପତ୍ନୀ ରାଜନନ୍ଦିନୀ ଦେବୀ ସ୍ୱାମୀଙ୍କ ଶେଷ ଦର୍ଶନ ପାଇଁ ପରିବାର ସଦସ୍ୟଙ୍କ ସହ କହଲ ଗାଁର ସ୍ମଶାନକୁ ଯାଇଥିଲେ | ରାଜନନ୍ଦିନୀ ବାରମ୍ବାର ଅନୁରୋଧ କରୁଥିଲେ ଯେ, ସ୍ୱାମୀଙ୍କ ଶବ ଦେଖିବା ପାଇଁ କେହିଜଣେ ତାଙ୍କୁ ସହଯୋଗ କରୁ |


ନେହୁରା ହେବାରୁ ତାଙ୍କୁ ସ୍ୱାମୀଙ୍କ କଫିନ ପାଖକୁ ନିଆଯାଇଥିଲା | ଏତିକିବେଳେ ରାଜନନ୍ଦିନୀଙ୍କ ପରିବାରଲୋକେ ତାଙ୍କ ଚୁଡ଼ି ଭାଙ୍ଗିବାକୁ ଚେଷ୍ଟା କରିଥିଲେ | ସେତେବେଳେ ରାଜନନ୍ଦିନୀ ମହିଳାମାନଙ୍କୁ ବିରୋଧ କରି କହିଥିଲେ ଯେ, ଯେପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ଶବକୁ ନ ଦେଖନ୍ତି ସେପର୍ଯ୍ୟନ୍ତ ସେ ଚୁଡ଼ି ଭାଙ୍ଗିବାକୁ ଦେବେନାହିଁ |

କିଛି ସମୟ ଯାଏଁ ସେ ସ୍ୱାମୀଙ୍କ କଫିନ ପାଖରେ ବସି ରହିଲେ | କିନ୍ତୁ ସହିଦ ସ୍ୱାମୀଙ୍କ କଫିନ ପତ୍ନୀଙ୍କ ସମ୍ମୁଖରେ ଖୋଲାଯାଇନଥିଲା | ସ୍ୱାମୀଙ୍କ କଫିନ ପାଖେ ବସି କାନ୍ଦି କାନ୍ଦି ବେହୋସ ହୋଇଗଲେ ରାଜନନ୍ଦିନୀ |


ଏତିକିବେଳେ ଜଣେ ମହିଳା ଜୋର ଜବରଦସ୍ତ ରାଜନନ୍ଦିନୀଙ୍କ ଚୁଡ଼ି ଭାଙ୍ଗି ଦେଇଥିଲେ | ରାଜନନ୍ଦିନୀ ଏହାର ଦୃଢ ବିରୋଧ କରିଥିଲେ | ସହିଦ ରତନ ସିଂଙ୍କ ଶବ ଏତେ କ୍ଷତବିକ୍ଷତ ହୋଇଯାଇଥିଲା ଯେ, ତାଙ୍କ ଶବ ପତ୍ନୀଙ୍କୁ ଦେଖାଇବା ଉଚିତ ନଥିଲା |

   Related Posts