Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ଶିଶୁ ପୁତ୍ର ଜନ୍ମ ଦେଲେ ସହିଦଙ୍କ ବିଧବା ପତ୍ନୀ…

20/02/2019 at 3:37 PM

ଦିଲ୍ଲୀ ୨୦/୨ : ୨୦୧୮ ଡିସେମ୍ବର ୫ ତାରିଖରେ ଜାମ୍ମୁ କାଶ୍ମୀରରେ ରାଜେଶ ଯାଦବ ପାକିସ୍ତାନୀ ସେନାଙ୍କ ଗୁଳିରେ ସହିଦ ହୋଇଥିଲେ | ମଙ୍ଗଳବାର(ଫେବୃଆରୀ ୧୯ ତାରିଖ) ସନ୍ଧ୍ୟାରେ ସହିଦଙ୍କ ପତ୍ନୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି | ଶିଶୁ ପୁତ୍ରକୁ ପାଇ ପରିବାର ବହୁତ ଖୁସୀ ହୋଇଯାଇଛି | ପୁତ୍ର ସନ୍ତାନ ଜନ୍ମ ଦେବା ପରେ ସହିଦଙ୍କ ପତ୍ନୀ କହିଥିଲେ ଯେ, ସେ ନିଜ ପୁଅକୁ ସେନାକୁ ପଠାଇବେ | ସେ ମଧ୍ୟ ଦେଶ ପାଇଁ ଲଢ଼ିବ | ତାଙ୍କ ପୁଅ ବଡ ହୋଇ ସେନାରେ କାମ କରି ବାପା ମୃତ୍ୟୁର ପ୍ରତିଶୋଧ ନେବ ବୋଲି କହିଛନ୍ତି ସହିଦଙ୍କ ପତ୍ନୀ |


୨୦୧୮ ଡିସେମ୍ବର ୫ ତାରିଖରେ ସହିଦ ହୋଇଥିବା ରାଜେଶ ଯାଦବଙ୍କ ପତ୍ନୀ ରୀନା ଯାଦବ ସେତେବେଳେ ଗର୍ଭବତୀ ଥିଲେ | ସେ ସମୟ ରୀନା ଯାଦବଙ୍କ ପାଇଁ ବେଶ ଦୁଃଖଦ ଥିଲା | ଏପଟେ ସ୍ୱାମୀଙ୍କ ମୃତ୍ୟୁ ଅନ୍ୟପଟେ ଗର୍ଭସ୍ଥ ଶିଶୁର ଭବିଷ୍ୟତ ଚିନ୍ତା ରୀନାଙ୍କୁ ଚିନ୍ତିତ କରିଦେଇଥିଲା | ଏତେ ଦୁଃଖରେ ଥାଇ ମଧ୍ୟ ରୀନା ଏକ ସୁନ୍ଦର ଏବଂ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି |


ରାଜେଶ ତାଙ୍କ ବାପା ମା’ଙ୍କ ଏକମାତ୍ର ସନ୍ତାନ ଥିଲେ | ସହିଦଙ୍କ ପିତା ନେମ ସିଂହ ଯାଦବ କହିଛନ୍ତି ଯେ, ନାତି ରୂପରେ ତାଙ୍କୁ ତାଙ୍କ ପୁଅ ମିଳିଛି | ତାଙ୍କ ପୁଅ ପୁଣି ଫେରି ଆସିଛି | ପୁଲୱାମାରେ ହୋଇଥିବା ଆତଙ୍କୀ ହମଲା ପରେ ଏହି ରଜୁଆ ଗାଁରେ ସହିଦ ରାଜେଶଙ୍କ ସ୍ମୃତି ପୁଣି ଲୋକଙ୍କ ମନକୁ ଆନ୍ଦୋଳିତ କରିଥିଲା | ରାଜେଶଙ୍କ ପରିବାର ସହିଦ ପୁଅକୁ ନେଇ ଗର୍ବିତ |

   Related Posts