Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସହିଦଙ୍କ ୧୦ ବର୍ଷର ଝିଅ ନେଲା ପ୍ରତିଜ୍ଞା : “ବ୍ୟର୍ଥ ଯିବନି ବାପାଙ୍କ ବଳିଦାନ, ନିଶ୍ଚୟ ନେବି ପ୍ରତିଶୋଧ”

20/02/2019 at 1:16 PM

କାନପୁର ୨୦/୨ : ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ସିଆରପିଏଫ ଯବାନ ପ୍ରଦୀପ ସିଂହ ରାବତଙ୍କ ୧୦ ବର୍ଷର ନାବାଳିକା ଝିଅ ସୁପ୍ରିୟା ଭାରତୀୟ ସେନାରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି | ସେନାରେ ଯୋଗ ଦେଇ ସେ ନିଜ ସହିଦ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞା କରିଛନ୍ତି |


୪ ଦିନ ପୂର୍ବରୁ ସହିଦ ବାପାଙ୍କୁ ମୁଖାଗ୍ନି ଦେଇଥିଲେ ସୁପ୍ରିୟା | ମୁଖାଗ୍ନି ଦେବା ବେଳେ ବେହୋସ ହୋଇଯାଇଥିଲେ ସୁପ୍ରିୟା | ସୁପ୍ରିୟା ପଞ୍ଚମ ଶ୍ରେଣୀରେ ପଢ଼ନ୍ତି | ଗତକାଲି ଠାରୁ ତାଙ୍କର ପରୀକ୍ଷା ଆରମ୍ଭ ହୋଇଛି | ଏଭଳି ସ୍ଥିତିରେ ପରୀକ୍ଷା ଦେବା ଜଣେ ଝିଅ ପାଇଁ ବହୁତ ଦୁଃଖଦାୟକ | କିନ୍ତୁ ନିଜ ଲକ୍ଷ୍ୟ ସ୍ଥଳରେ ଆଗକୁ ବଢିବାକୁ ହେଲେ ତାଙ୍କୁ ପାଠ ପଢିବାକୁ ହେବ | ସେଥିପାଇଁ ସେ ପାଠପଢାରେ ହେଳା ନକରି ପରୀକ୍ଷା ଦେଇଥିଲେ |


ହାଇସ୍କୁଲ ପଢା ସାରିବା ପରେ ସୁପ୍ରିୟା ସେନାରେ ଯୋଗ ଦେଇ ନିଜ ବାପାଙ୍କ ସ୍ବପ୍ନ ପୁରା କରିବା ପାଇଁ ଚାହୁଁଛନ୍ତି | ସେ କହିଛନ୍ତି ଯେ, ” ମୋ ବାପା ସବୁବେଳେ କହୁଥିଲେ ଯେ ଯଦି ମୁଁ ତାଙ୍କର ପୁଅ ହୋଇଥାନ୍ତି ତା’ହେଲେ ସେ ମୋତେ ସୈନିକ ସ୍କୁଲରେ ପଢ଼ାଇଥାନ୍ତେ | ପଢା ସାରିବା ପରେ ସେ ମୋତେ ସେନାରେ ଭର୍ତ୍ତି କରେଇ ଦେଇଥାନ୍ତେ | ବାପା ଦେଶ ପାଇଁ ବଳିଦାନ ଦେଇଛନ୍ତି | ଆଜି ସେ ନାହାନ୍ତି | କିନ୍ତୁ ମୋ ବାପାଙ୍କ ସ୍ବପ୍ନ ପୁରା କରିବି ଏବଂ ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବି |”


ଜାନୁଆରୀ ମାସରେ ଶେଷଥର ପାଇଁ ସୁପ୍ରିୟା ନିଜ ବାପାଙ୍କ ସହ କଥା ହୋଇଥିଲେ | ସେତେବେଳେ ସହିଦ ଯବାନ ନିଜ ଝିଅକୁ ଭଲ ପାଠ ପଢି ଶ୍ରେଷ୍ଠ ପ୍ରଦର୍ଶନ ରଖିବା ପାଇଁ ପ୍ରେରଣା ଦେଇଥିଲେ |
ସୁପ୍ରିୟାଙ୍କ ମା ମଧ୍ୟ ଭାବ ବିହ୍ଵଳ ହୋଇ କହିଛନ୍ତି ଯେ, ସେ ମଧ୍ୟ ଚାହୁଁଛନ୍ତି ଯେ ତାଙ୍କ ଝିଅ ସେନାରେ ଯୋଗ ଦେଇ ନିଜ ବାପା ଭଳି ଦେଶର ସେବା କରୁ |

   Related Posts