ମୁମ୍ବାଇ, ୨୫|୦୩: ବଲିଉଡ୍ ସେଲିବ୍ରିଟୀମାନେ ମଧ୍ୟ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି । ସେମାନଙ୍କର ଫେଭରେଟ୍ ଖେଳାଳି ମଧ୍ୟ ରହିଛନ୍ତି । କବିର୍ ସିଂ ଭାବେ ପରିଚିତ ସାହିଦ କପୁରଙ୍କୁ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ମଧ୍ୟରୁ ଫେଭରେଟ୍ କ୍ରିକେଟର କିଏ ବୋଲି ପ୍ରଶ୍ନ କରାଯାଇଥିଲା ।
{"id":243942,"width":745,"height":474,"sizeSlug":"large"}ଟ୍ୱିଟରର ଏକ ଚାଟ୍ ସୋରେ ସେ ଏହାର ଏକ ମଜାଳିଆ ଉତ୍ତର ରଖିଥିଲେ । ବିରାଟ ଓ ଧୋନୀଙ୍କ ଭିତରୁ ଜଣଙ୍କୁ ବାଛିବା ଯାହା ମଆ ଓ ବାପାଙ୍କ ମଧ୍ୟରୁ କିଏ ଭଲ ବୋଲି ପଚାରିବା ତାହା ବୋଲି ସେ ଫ୍ୟାନଙ୍କୁ କହିଥିଲେ । ଉଭୟ ଖେଳାଳି ଭଲ ଖେଳନ୍ତି । ଦଳରେ ଉଭୟଙ୍କର ଶ୍ରେଷ୍ଠ ଯୋଗଦାନ ରହିଥିବା ସେ କହିଥିଲେ ।
{"id":243943,"width":746,"height":419,"sizeSlug":"large"}ଧୋନୀ ୨୦୧୯ ବିଶ୍ୱକପରେ ଭାରତ ସେମିଫାଇନାଲରେ ପରାସ୍ତ ହେବା ପରଠୁ ପଡିଆରୁ ଦୂରରେ ରହିଛନ୍ତି । ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ନିକଟରେ ବିରାଟଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫-୦ରେ ଟି୨୦ ସିରିଜ ଜିତିଥିଲେ ମଧ୍ୟ ଦିନିକିଆ ଓ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ।
ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଭାର ନେଇଥିବା ବେଳେ ବିରାଟ ରୟାଲ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋରର ନେତୃତ୍ୱ ନେଉଛନ୍ତି ।