Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ସହିଦ ଯବାନ ହେମରାଜଙ୍କଠୁ ଆହୁରି ଅଧିକ ପ୍ରେରଣାଦାୟୀ ତାଙ୍କ ପତ୍ନୀଙ୍କ ସାହସ ଓ ଧୈର୍ଯ୍ୟ

16/02/2019 at 5:49 PM

କୋଟା ୧୬/୨:ରାଜସ୍ଥାନର କୋଟାରେ ସହିଦ ଯବାନ ଲାଲ ହେମରାଜଙ୍କ ଘର । ହେମରାଜ ଯେଉଁ ପୋଷାକକୁ ପିନ୍ଧି ନିଜ ମାତୃଭୂମିକୁ ରକ୍ଷା କରିବାର ଶପଥ ନେଇଥିଲେ ଆଜି ସେ ସେହି ପୋଷାକ ପିନ୍ଧି ସହିଦ ହୋଇଛନ୍ତି। ତେବେ ହେମରାଜଙ୍କ ଦେଶପ୍ରେମ ଯେତିକି ପ୍ରଶଂସନୀୟ ତାଙ୍କ ସ୍ତ୍ରୀଙ୍କ ସାହସ, ଧୈର୍ଯ୍ୟ, ଆତ୍ମବିଶ୍ବାସ ଓ ସହନଶୀଳତା ମଧ୍ୟ ସେତିକି ପ୍ରେରଣାଦାୟୀ । ଏହି ଆଇରନ ଲେଡିଙ୍କ ବିଷୟରେ ଜାଣିଲେ ସମ୍ମାନବୋଧରେ ଆପଣଙ୍କ ମଥା ମଧ୍ୟ ନଇଁଯିବ ।

ହଜାର କିଲୋମିଟର ଦୂରରେ ବସିଥିବା ସହିଦଙ୍କ ପତ୍ନୀ ମଧୁଙ୍କ ସାହସ ହେମରାଜଙ୍କଠୁ ମଧ୍ୟ ଅଧିକ ଥିଲା। ପତ୍ନୀଙ୍କ ଆତ୍ମବିଶ୍ବାସ ଏତେ ପ୍ରଚଣ୍ଡ ଥିଲା ଯେ ନିଜ ସ୍ବାମୀଙ୍କ ସହିଦ ହେବାର ଖବର ଶୁଣିବା ସତ୍ତ୍ବେ ସେ ନିଜ ପୁଅ ଏବଂ ବୃଦ୍ଧ ବାପାଙ୍କ ପାଇଁ ରାତି ସାରା ନିଜ ମଥାରୁ ସିନ୍ଦୂର ପୋଛିନଥିଲେ କି କାନ୍ଦିନଥିଲେ । କାରଣ ଥିଲା ତାଙ୍କ ବାପାଙ୍କୁ କୈାଣସି ପ୍ରକାରେ ଆଘାତ ଲାଗୁ।

ହେମରାଜଙ୍କ ବଡ଼ ଭାଇଙ୍କ କହିବାନୁସାରେ ସିଆରପିଏଫର ଜମ୍ମୁ କ୍ୟାମ୍ପରୁ ରାତିରେ ପାଖାପାଖି ୧୦ଟାବେଳେ ମଧୁଙ୍କ ପାଖକୁ ତାଙ୍କ ସ୍ବାମୀ ଶହୀଦ ହେବାର ଖବର ଆସିଥିଲା। ରାତି ବହୁତ ହୋଇଯାଇଥିଲା ଏବଂ ପିଲାଙ୍କର ମଧ୍ୟ ଶୋଇବା ସମୟ ହୋଇଯାଇଥିଲା। ଏପରି ପରିସ୍ଥିତିରେ ମଧ୍ୟ ମଧୁ ପ୍ରଚଣ୍ଡ ଆତ୍ମବିଶ୍ବାସର ସହ କାହାକୁ କିଛି ଜାଣିବାକୁ ଦେଇନଥିଲେ । ମଧୁ ଏହି କଥା କେବଳ ତାଙ୍କ ଦେଢ଼ଶୁରଙ୍କୁ ଗାଁରୁ ଡାକି କହିଥିଲେ।

ବଡ଼ଭାଇଙ୍କ କହିବାନୁସାରେ ସେ ନିଜେ ମଧୁଙ୍କ ଆତ୍ମବିଶ୍ବାସକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ତାଙ୍କୁ ମଧ୍ୟ ବୟସ୍କ ବାପା ଏବଂ ଅନ୍ୟଙ୍କୁ ଖବର ଦେବାକୁ ସାହସ ହୋଇନଥିଲା। ଆଗକୁ ଏକଥା ଯେତେବେଳେ ଜଣା ପଡ଼ିଥିଲା ସେତେବଳେ ସେ ଘର ଆଡ଼କୁ ଦୈାଡ଼ୁଥିଲେ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ପାକିସ୍ତାନର ଏପରି ଘୃଣ୍ୟ କାର୍ଯ୍ୟ ଯୋଗୁଁ ସେ କେବଳ ତାଙ୍କ ସାନ ଭାଇ ହରାଇନାହାନ୍ତି ବରଂ ଚାରୋଟି ନିରୀହ ସନ୍ତାନ ବାପ ଛେଉଣ୍ଡ ହୋଇଯାଇଛନ୍ତି। ହେମରାଜଙ୍କ ସବୁଠୁ ବଡ଼ ଝିଅଙ୍କ ନାଁ ରିନା । ତାଙ୍କ ବୟସ ଏବେ ୧୭ବର୍ଷ। ସେ କଲେଜରେ ପଢ଼ୁଛନ୍ତି। ରିନାଙ୍କ ତଳେ ଅନ୍ୟ ଜଣେ ଟିନା(୧୫ବର୍ଷ) ନବମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ତଳେ ୧୩ବର୍ଷର ପୁଅ ଅଜୟ ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି। ଏବଂ ସବୁଠୁ ସାନ ପୁଅ  ୬ବର୍ଷର ଋଷଭ ଏବେ ସ୍କୁଲ ଯିବା ଆରମ୍ଭ କରିଛନ୍ତି।

ଶହୀଦ ହେମରାଜ ଜଣେ ମେଧାବୀ ଛାତ୍ର ଥିଲେ। ଗାଁରେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ରୋଲାନା ଏବଂ ସାଙ୍ଗୋଦରେ ନିଜର ଶିକ୍ଷା ସମାପ୍ତ କରିଥିଲେ। ଉଚ୍ଚ ଶିକ୍ଷା ନେବା ପରେ ସେ ବାହାରକୁ ଚାଲି ଯାଇଥିଲେ। ଏହାପରେ ସିଆରପିଏଫରେ ତାଙ୍କୁ ଚୟନ କରାଯାଇଥିଲା। ୨୦୧୮ମସିହା ଜୁଲାଇରେ ହେମରାଜଙ୍କ ଜନ୍ମଦିନ ପୂରା ପରିବାରରେ ଖୁବ୍ ଧୁମଧାମରେ ପାଳନ କରାଯାଇଥିଲା।     

   Related Posts