ପୂର୍ବତନ ବାହୁବଳୀ ସାଂସଦ ଶାହବୁଦ୍ଦୀନର ଜୀବନ ନେଲା କରୋନା, ଦିଲ୍ଲୀରେ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | May 01, 2021 IST

ନୂଆଦିଲ୍ଲୀ,୦୧/୦୫: ବିହାରର ପୂର୍ବତନ ବାହୁବଳୀ ସାଂସଦ ମହମ୍ମଦ ଶାହବୁଦ୍ଦୀନ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଦିଲ୍ଲୀର ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମହମ୍ମଦ ଏକ ହସ୍ପିଟାଲରେ ଚିକିତ୍ସିତ ହେଉତିଲେ । ଦିଲ୍ଲୀ ହାଇକୋର୍ଟ କରୋନା ସଂକ୍ରମିତ ହେବା ପରେ ମହମ୍ମଦଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ଦିଲ୍ଲୀ ସରକାର ଓ ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇତିଲେ । ଗତ ମଙ୍ଗଳବାର ରାତିରେ ତାର ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ତାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାପୂର୍ବରୁ ମହମ୍ମଦର ପିତା ଶେଖ ମହମ୍ମଦ ହସିବୁଲାହ ଗତ ସେପ୍ଟମ୍ବରରେ ପ୍ରାଣତ୍ୟାଗ କରିଥିଲେ । ଏହାପରେ ମହମ୍ମଦକୁ ତିହାର ଜେଲରୁ ପାରୋଲ ପାଇଁ ଅନୁମତି ମିଳିନଥିଲା । ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଏହି ବାହୁବଳୀ ପୂର୍ବତନ ସାଂସଦ ବିରୋଧରେ ୩୦ରୁ ଅଧିକ ଅପରାଧିକ ମାମଲା ଏବେବି ବିଚାରାଧିନ ରହିଛି ।

୨୦୧୮ ଫେବ୍ରୁଆରୀ ୧୫ରେ ସୁପ୍ରିମକୋର୍ଟ ତାକୁ ବିହାରର ସୀବାନ ଜେଲରୁ ତିହାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତିହାରରେ ତାକୁ ଏକ ଭିନ୍ନ ସେଲରେ ରଖାଯାଇଥିଲା । ଏହି ସେଲରେ ଅନ୍ୟ କୌଣସି କଏଦୀ ରହୁନଥିଲେ । ଏହାପରେ ସେ ସେ କିପରି ସଂକ୍ରମିତ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.