ମୃତ ଗୃହରକ୍ଷୀଙ୍କ ପରିବାରକୁ ସହାୟତା ପ୍ରଦାନ, ମିଳିଲା ୪ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ

Published By : Prameya-News7 Bureau | September 28, 2021 IST

ଚଣ୍ଡିଖୋଲ ୨୮।୦୯: ୨୦୧୮ ମସିହାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ପତରାଜପୁର ଗାଁର ଗୃହରକ୍ଷୀଙ୍କ ଶତ୍ରୁଘ୍ନ ବେହେରାଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତକୁ ଇତିମଧ୍ୟରେ ୩ ବର୍ଷ ହୋଇଥିବା ବେଳେ ଏବେ ସୁଦ୍ଧା ତାଙ୍କ ପରିବାରକୁ କୌଣସି ପ୍ରକାର ସହାୟତା ମିଳିପାରିନଥିଲା । ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ପରିବାରର ୬ଜଣ ଲୋକ ବହୁ କଷ୍ଟରେ ଦିନ କାଟୁଥିଲେ । ଏନେଇ ଏସ୍‌ପିଙ୍କ ଠାରୁ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରାଯାଇଥିଲା ।

wp:html /wp:html

ତେବେ ଏବେ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏନେଇ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସ୍ୱର୍ଗତ ଶତ୍ରୁଘ୍ନଙ୍କ ପରିବାର ପାଖରେ ପହଁଚି ୪ ଲକ୍ଷ ଟଙ୍କାର ଚେକ୍‌ ତାଙ୍କ ପତ୍ନୀ ସୀତା ବେହେରାଙ୍କୁ ପ୍ରଦାନ କରିଛନ୍ତି । ଏହାସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ ।  ଆଗାମୀ ଦିନରେ ଆଉ ଯାହା ଅନ୍ୟ ସବୁ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.