Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଝାରସୁଗୁଡାରେ ବଢୁଛି ସଂକ୍ରମଣ, ସାହାସପୁର ପଞ୍ଚାୟତକୁ ୫ଦିନ ଲକ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

24/04/2021 at 9:54 AM

ଝାରସୁଗୁଡା ୨୪।୪: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ । ଝାରସୁଗୁଡା ଜିଲ୍ଲାର ସାହାସପୁର ପଂଚାୟତକୁ ୫ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ସରପଞ୍ଚ ଜିତେନ୍ଦ୍ର ରଣା । ସାହାସପୁର ସମେତ ପାକେଲପଡା ଓ କୁଲେମୁରା ପଂଚାୟତରେ ଦୈନିକ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ଲକଡାଉନ୍ ଘୋଷଣା କରାଯାଇଛି ।

ଗତ ୫ ଦିନ ହେଲା ଝାରସୁଗୁଡ଼ା ଜିଲ୍ଲାରେ ଦୈନିକ ସଂକ୍ରମଣ ୩୦୦ ଉପରେ ରହୁଥିବା ଦେଖିବାକୁ ମିଳିଛି । ଏହାର ସିଧା ପ୍ରଭାବ ପଡିଛି ଲଇକେରା ବ୍ଲକର ସାହାସପୁର, ପାକେଲପଡା ଓ ଆଖପାଖ ଅଞ୍ଚଳରେ। ପ୍ରତ୍ୟେକ ଦିନ ୧୦ ରୁ ୧୨ ଜଣ ଆକ୍ରାନ୍ତ ଉଭୟ ପଞ୍ଚାୟତ ଅଞ୍ଚଳରୁ ଚିହ୍ନଟ ହେଉଥିବା ଜଣାପଡିଛି । ଏହି ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଲଇକେରା ବ୍ଲକର ସାହାସପୁର ପଞ୍ଚାୟତକୁ ୫ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଏହି ଲକ୍ ଡାଉନ୍ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ବ୍ୟାଙ୍କ ଓ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡିକ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ ।  ଏହି ସମୟରେ କେବଳ ଔଷଧ ଦୋକାନ ଓ ଡାକ୍ତରଖାନା ବ୍ୟତୀତ ଅନ୍ୟ କୌଣସି ପ୍ରକାର ସୁବିଧା ମିଳିପାରିବ ନାହିଁ । ଏପରିକି ନିଜ ନିଜ ଘରୁ ମଧ୍ୟ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ୫ ଦିନ ପାଇଁ ବାହାର ଅଞ୍ଚଳର ଲୋକମାନେ ସାହାସପୁରକୁ ଆସିବା ଓ ସ୍ଥାନୀୟ ଲୋକମାନେ ବାହାର ଅଞ୍ଚଳକୁ ଯିବା ଆସିବା ଉପରେ ରୋକ୍ ଲଗାଯାଇଛି। ଯଦି ଏହାର ଖିଲାପ କଲେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସାହାସପୁର ସରପଞ୍ଚ ଜିତେନ୍ଦ୍ର ରଣା ।

   Related Posts