Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଦେବଦୂତ ସାଜିଲେ ଆରପିଏଫ କନଷ୍ଟେବଳ ସପନା : ଟ୍ରେନରୁ ଖସି ପଡିଲା ବେଳେ ରକ୍ଷା କଲେ ମହିଳାଙ୍କ ଜୀବନ, ଦେଖନ୍ତୁ ଭିଡିଓ

22/10/2021 at 2:32 PM

ମୁମ୍ବାଇ, ୨୨|୧୦ :   ଜୀବନ ରକ୍ଷକ ଆରପିଏଫ ଯବାନ । ଷ୍ଟେସନରେ ମହିଳାଙ୍କ ବଞ୍ଚାଇଲେ ଜୀବନ । ମୁମ୍ବାଇର ସ୍ୟାଣ୍ଡହରଷ୍ଟ୍ ଷ୍ଟେସନରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ନିୟନ୍ତ୍ରଣ ହରାଇ ଖସି ପଡିଥିଲେ । ସେଠାରେ ଥିବା ମହିଳା ଆରପିଏଫ ଯବାନ ତାଙ୍କୁ ବଡ ଅଘଟଣରୁ ବଞ୍ଚାଇ ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ବଦଲାପୁର ଯାଉଥିବା ଟ୍ରେନ୍ ଗୁରୁବାର ଦିନ ୧ଟା ବେଳେ ଷ୍ଟେସନ ଛାଡିଥିଲା । ଏହି ସମୟରେ ଜଣେ ବୟସ୍କା ମହିଳା ଟ୍ରେନରେ ଚଢିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିୟନ୍ତ୍ରଣ ହରାଇ ଖସି ପଡିଥିଲେ । ତେବେ ସେ ଟ୍ରାକରେ ଖସି ପଡିବା ପୂର୍ବରୁ ମହିଳା ଯବାନ ତାଙ୍କୁ ବଞ୍ଚାଇ ଦେଇଥିଲେ । ଜୀବନ ରକ୍ଷାକାରୀ ମହିଳା ଯବାନ ଜଣଙ୍କ ସପନା ଗୋଲକର ବୋଲି ସୂଚନା ମିଳିଛି ।

ଘଟଣା ପରେ ସୋସିଆଲ ମିଡିଆରେ ଆରପିଏଫ ଯବାନଙ୍କୁ ପ୍ରଶଂସାର ସୂଅ ଛୁଟୁଛି । ଦେଶକୁ ଏପ୍ରକାର ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ରହିଛି ବୋଲି ନେଟିଜେନ୍ସ ମତ ଦେଇଛନ୍ତି  ।  

   Related Posts