Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଶାହରୁଖ ଖାନଙ୍କ ଝିଅ ସୁହାନାଙ୍କ ‘କାଓ ଗାର୍ଲ’ ଫଟୋ ଭାଇରାଲ, ପୋଷ୍ଟ ହେବାମାତ୍ରେ ଛାଇଗଲା ଇଣ୍ଟରନେଟ୍ ରେ

23/10/2019 at 5:20 PM

କିଙ୍ଗ ଖାନ ଶାହରୁଖଙ୍କ ଝିଅ ସୁହାନା ଏବେ ଇଣ୍ଟରନେଟ୍ ରେ ଭାଇରାଲ ହେଉଛନ୍ତି। ସାଙ୍ଗମାନଙ୍କ ସହ ସୁହାନା  ଏକ ‘କାଓ ଗାର୍ଲ’ ଫଟୋ ପୋଷ୍ଟ କରିଛନ୍ତି। ଯାହା ଏବେ ତାଙ୍କ ଫ୍ୟାନସଙ୍କୁ ପାଗଳ କରିଛି। ନ୍ୟୁୟର୍କ ୟୁନିଭର୍ସିଟିରେ  ସୁହାନା ଖାନ ଏବେ ଆକ୍ଟିଂ ପଢୁଛନ୍ତି। ଏଣୁ ପ୍ରାୟତଃ ସାଙ୍ଗମାନଙ୍କ ସହ ଫଟୋ ସୋସାଲ ମିଡିଆରେ ପୋଷ୍ଟ କରୁଛନ୍ତି। ତେବେ ନିକଟରେ ପୋଷ୍ଟ କରିଥିବା କାଓ ଗାର୍ଲ ଫଟୋ ବେଶ୍ ଆଦୃତ ହେଉଛି।

ସୁହାନାଙ୍କ ଏହି ଫଟୋଟିକୁ ତାଙ୍କ ଫ୍ୟାନ କ୍ଲବ ସେୟାର କରିଛି। ଫଟୋରେ ସୁହାନାଙ୍କୁ ଧଳା ରଙ୍ଗର କ୍ରାପ ଓ ଜିନ୍ସ ପିନ୍ଧିଥିବା ବେଳେ ମୁଣ୍ଡରେ କାଓବୟ ହ୍ୟାଟ୍ ପିନ୍ଧିଥିବା ଦେଖାଯାଉଛି। ସୁହାନା ଫଟୋରେ ପୋଜ ଦେବା ଲାଗି ପିଙ୍କସେଡ ର ଲିପଷ୍ଟିକ୍ ଲଗାଇଥିବା ବେଳେ ବାଳ ଖୋଲା ରଖିଛନ୍ତି। ଯାହା ତାଙ୍କୁ ଏକ ପରଫେକ୍ଟ ଲୁକ୍ ଦେଉଛି। ଫଟୋରେ କେବଳ ସୁହାନା ନୁହଁନ୍ତି ତାଙ୍କ ବାନ୍ଧବୀମାନେ ମଧ୍ୟ ଦେଖାଯାଉଛନ୍ତି।

ନିକଟରେ ସୁହାନାଙ୍କ ସର୍ଟ ଫିଲ୍ମର ଟିଜର ସୋସାଲ ମିଡିଆରେ ଭାଇରାଲ ହୋଇଥିଲା। ‘ଦ ଗ୍ରେ ପାର୍ଟ ଅଫ ଦ ବ୍ଲୁ’ ନାମରେ ସର୍ଟ ଫିଲ୍ମର ଟିଜରକୁ ସୁହାନାଙ୍କ ଫ୍ୟାନ ପେଜ୍ ଶେୟାର କରିଥିଲା। ଏଥିରେ ନିଜେ ସୁହାନା ଅଭିନୟ କରିଥିବା ଦେଖାଯାଇଛି। ଟିଜରରେ ସୁହାନା ଖୁବ୍ ସୁନ୍ଦର ବି ଦେଖାଯାଉଛନ୍ତି। ନ୍ୟୁୟର୍କରେ ସୁହାନା ପାଠପଢା ସହ ଅଭିଜ୍ଞତା ହାସଲ ଦିଗରେ ମଧ୍ୟ ବେଶ ଆଗ୍ରହୀ ଥିବା ତାଙ୍କ ଫଟୋ ଓ କାର୍ଯ୍ୟ ଶୈଳୀରୁ ଅନୁମାନ କରାଯାଉଛି।  

   Related Posts