Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ପ୍ରଶାନ୍ତ କିଶୋରଙ୍କ ଜୀବନି ଉପରେ ତିଆରି ହେବ ୱେବ ସିରିଜ: ଶାହରୁଖଙ୍କ ସହ ସାକ୍ଷାତ କରିବେ ପ୍ରଶାନ୍ତ

11/06/2021 at 7:11 PM

ମୁମ୍ବାଇ ୧୧/୦୬ : ନିର୍ବାଚନ ରଣନୀତିଜ୍ଞ କାର୍ଯ୍ୟରୁ ଓହରି ସାରିଥିବା ପ୍ରଶାନ୍ତ କିଶୋରଙ୍କ ଜୀବନି ଉପରେ ଶାହରୁଖ ଖାନଙ୍କ କମ୍ପାନୀ ରେଡ ଚିଲିଜ ଏକ ୱେବ ସିରିଜ କରିବାକୁ ପ୍ରସ୍ତୁତ ହେଉଛି । ଏନେଇ ପ୍ରଶାନ୍ତ କିଶୋର ଶାହରୁଖଙ୍କ ଟିମ ସହ ତାଙ୍କ ବଙ୍ଗଳା ମନ୍ନତରେ ସନ୍ଧ୍ୟା ୭ଟାରେ ସାକ୍ଷାତ କରିପାରନ୍ତି । ତେବେ ଏହି ପ୍ରୋଜେକ୍ଟ ପାଇଁ ପ୍ରଶାନ୍ତ କିଶୋର ଏବେ ଯାଏଁ ରାଜି ହୋଇନାହାନ୍ତି ବୋଲି ଜଣାପଡିଛି ।

ପ୍ରଶାନ୍ତ କିଶୋର ଆଜି ମୁମ୍ବାଇରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପୱାରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା କଥାବାର୍ତ୍ତା ଚାଲିଥିଲା ଯାହାକୁ ନେଇ ରାଜନୀତି ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏନସିପି ସୂତ୍ର କହିଛି ଯେ, ବର୍ତ୍ତମାନର ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ହେବାସହ ପୱାର ପ୍ରଶାନ୍ତ କିଶୋରଙ୍କ ପାଇଁ ଭୋଜନର ଆୟୋଜନ ମଧ୍ୟ କରିଥିଲେ । ବୈଠକ ଅପରାହ୍ନ ୨ଟା ଯାଏଁ ଚାଲିଥିଲା । କିନ୍ତୁ ଏ ସମ୍ପର୍କରେ ପୱାର କିମ୍ବା ପ୍ରଶାନ୍ତ କେହି ବି ପୱାରଙ୍କ ବାସଭବନ ବାହାରେ ଥିବା ସାମ୍ବାଦିକଙ୍କୁ କିଛି କହିନଥିଲେ ।

ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କ୍ରମଶଃ ଦ୍ରମୁକ ଓ ତୃଣମୂଳ କଂଗ୍ରେସର ବିଜୟ ପରେ ପୱାରଙ୍କ ସହ କିଶୋରଙ୍କର ଏହା ପ୍ରଥମ ସାକ୍ଷାତ । କିଶୋର ବିଧାନସଭା ନିର୍ବାଚନରେ ଏହି ଦଳର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ । ବିଧାନସଭା ନିର୍ବାଚନ ପରେ କିଶୋର କହିଥିଲେ ଯେ ସେ ଏବେ ଏହି କ୍ଷେତ୍ର ଛାଡ଼ିଦେବେ ।ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ବୈଠକ ସମ୍ପର୍କରେ କିଛି କହିନାହାନ୍ତି ।

ତେବେ ପ୍ରଶାନ୍ତ କିଶୋର ଆଉ ନିର୍ବାଚନୀ ରଣନୀତିଜ୍ଞ ରହିବେ ନାହିଁ ବୋଲି ସେ ଆଗରୁ କହି ସାରିଛନ୍ତି ବୋଲି ଅଜିତ କହିଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଅନେକ ନେତା ପ୍ରଶାନ୍ତ କିଶୋରଙ୍କ ସମ୍ପର୍କରେ ଅଛନ୍ତି । ଏନସିପିର ଛଗନ ଭୁଜବଲ କହିଛନ୍ତି ଯେ କିଶୋର ଜଣେ ସଫଳ ରାଜନୈତିକ ରଣନୀତିକାର । ପୱାର କିଶୋରଙ୍କ ପରାମର୍ଶ ଉପରେ ନିଶ୍ଚୟ ବିଚାର କରିବେ ବୋଲି ସେ କହିଛନ୍ତି । ୨୦୧୯ ରେ କିଶୋର ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

   Related Posts