Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ବେପାରୀଙ୍କ କବ୍‌ଜାରେ ସାହାରପଡା ଲ୍ୟାମ୍ପ, ଲୋକ ଲଗାଇ ଚାଷୀଙ୍କୁ ମାଡ଼ ମରାଇଲେ ପରିଚାଳକ

15/01/2021 at 9:18 PM

ପାଟଣା ୧୫।୦୧: ପୁଣି ଚର୍ଚ୍ଚାରେ କେନ୍ଦୁଝର ଜିଲ୍ଲା ସାହାରପଡା ଲ୍ୟାମ୍ପ। ଗତ ବର୍ଷରୁ ଧାନ କିଣା ଦୁର୍ନୀତି ମାମଲାରେ କିଛି କର୍ମଚାରୀ ନିଲମ୍ବିତ ହୋଇ ଜେଲ ଦଣ୍ଡ ଭୋଗୁଥିବା ବେଳେ ଏଥର ଖୋଦ୍ ଲ୍ୟାମ୍ପ ପରିଚାଳକ ଜଣେ ଚାଷୀଙ୍କୁ ଲ୍ୟାମ୍ପ ପରିସରରେ ଲୋକ ଲଗାଇ ମାଡ଼ ମାରିଥିବା ଅଭିଯୋଗ ପାଟଣା ଥାନାରେ ହୋଇଛି।

ଅଭିଯୋଗ ଅନୁଯାୟୀ ପାଟଣା ଥାନା ତଳସରୁଆ ଗ୍ରାମର ବିଜୟ କୁମାର ମହାନ୍ତ ଟଭାସରୁଆ ଧାନ ମଣ୍ଡିରେ ୪୮ କୁଇଣ୍ଟାଲ୍ ୩୩ କେଜି ଧାନ ବିକ୍ରି କରିଥିଲେ। ସାହାରପଡା ଲ୍ୟାମ୍ପରେ ଆଖି ସ୍କାନ୍ କଲାପରେ ୩୮ କୁଇଣ୍ଟାଲ୍ ୨୩ର ପ୍ରିଣ୍ଟ ରସିଦ ବାହାରି ଥିଲା। ସେ ଏ ବାବଦରେ ଟଭାସରୁଆ ଧାନ ମଣ୍ଡିରେ ଲ୍ୟାମ୍ପ ପରିଚାଳକ ମଧୁସୂଦନ ମହାନ୍ତଙ୍କୁ ପଚାରିବାରୁ, ଏହା ଆମ ପାଠ ତୁମେ ବୁଝିପାରିବ ନାହିଁ ବୋଲି କହିଥିଲେ। ଲ୍ୟାମ୍ପକୁ ଆସ କଥାହେବା ବୋଲି କହିଥିଲେ ଲ୍ୟାମ୍ପ ପରିଚାଳକ।

୧୫ ତାରିଖ ଶୁକ୍ରବାର ଦିନ ବିଜୟ କୁମାର ମହାନ୍ତ ସାହାରପଡା ଲ୍ୟାମ୍ପ ଯାଇଥିବା ସମୟରେ ଲ୍ୟାମ୍ପ ପରିଚାଳକଙ୍କ ନିର୍ଦ୍ଦେଶରେ ଉତ୍ତମ କୁମାର ଖାଟୁଆ ଓ ନିରଞ୍ଜନ ଖାଟୁଆ ବିଜୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ମାଡ ମାରି ତୋ ମୁଣ୍ଡ ଗଣ୍ଡି ଅଲଗା କରିଦେବା ଧମକ ଦେଇଥିଲେ। ଏହାକୁ ନେଇ  ବିଜୟ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପାଟଣା ଥାନା ରେ କେଶ୍ ନଂ ୯/୨୧ ରେ ମାମଲା ରୁଜୁ ହୋଇଥିବା ବେଳେ ପାଟଣା ଥାନା ସବ୍ଇନ୍ସପେକ୍ଟର ଶିବଶଙ୍କର ଆଲଦା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

   Related Posts