Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସାହାରନପୁରରେ କରୋନାର ତାଣ୍ଡବ: ଦେବବନ୍ଦର ୨ଟି ଗାଁରେ ୧୫ଦିନରେ ୩୮ ଜଣଙ୍କ ମୃତ୍ୟୁ

14/05/2021 at 11:20 AM

ସାହାରନପୁର ୧୪/୫: ଉତ୍ତରପ୍ରଦେଶରେ କରୋନାର ବିସ୍ପୋରକ ସ୍ଥିତି । ଏହାର ପାଖାପାଖି ଗାଁ ଗୁଡିକରେ ମହାମାରୀ ତାର ତାଣ୍ଡବ ଜାରି ରଖିଛି । ବିଶେଷ କରି ସାହାରନପୁରର ଦେବବନ୍ଦର ୨ଟି ଗାଁରେ ଗତ ୧୫ ଦିନ ମଧ୍ୟରେ ୩୮ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ମୃତ୍ୟୁବରଣ କରିଥିବା ଲୋକଙ୍କଠାରେ କରୋନା ଲକ୍ଷଣ ଥିବା ଜଣାପଡିଛି । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଗ୍ରାମବାସୀ କହିବା ମୁତାବକ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାରେ କିଛି ପଦକ୍ଷେପ ନିଆଯାଉନି ।

ସୂଚନା ଅନୁଯାୟୀ ଗତ ୧୫ଦିନ ମଧ୍ୟରେ ସାହାରନପୁର ଜିଲ୍ଲାର ଦେବବନ୍ଦରୁ ୮ କିଲୋମିଟର ଦୂରରେ ଥିବା ଆମ୍ବେହାଟା ଓ ଶେଖା ଗ୍ରାମରେ ଅତ୍ୟନ୍ତ ସ୍ଥିତି ଶୋଚନୀୟ ହୋଇପଡିଛି । ଏଯାଏଁ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେଠାରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଗାଁର ମୁଖିଆ ନଦିମ ତ୍ୟାଗୀ କହିଛନ୍ତି ଯେ ଗାଁର ଅବସ୍ଥା ବହୁତି ଖରାପ । ଆମ୍ବେହାଟା ଶେଖା ଗାଁରେ ଭୟରେ ନିରବତା ଦେଖାଦେଇଛି । ଲୋକେ ଘରୁ ବାହାରୁନାହାଁନ୍ତି, ରାସ୍ତାଗୁଡ଼ିକ ନିଛାଟିଆ ହୋଇପଡିଛି । ଲୋକେ କୁହନ୍ତି ପ୍ରଥମେ ଜ୍ୱର ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲେ । ପରେ ଜଣଙ୍କ ପରେ ଜଣଙ୍କର ଜୀବନ ଏମିତି ଚାଲିଯାଇଛି । ସେପଟେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଇନ୍ଦ୍ରଜିତ ସିଂ କହିଛନ୍ତି ଯେ ଗାଁରେ ରୋଗ ଓ ମୃତ୍ୟୁର କାରଣ ଜଣା ପଡିନାହିଁ ।

   Related Posts